ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସ୍ଥାନୀୟ ଲୋୟର ପିଏମଜିରେ ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ସାମାଜିକ ନ୍ୟାୟ ସଭାରେ ଯୋଗ ଦେଇଥିଲେ କେଜ୍ରିୱାଲ । ତେବେ ଏହି ସଭାରେ ମନଇଛା ସମସ୍ତ ରାଜନୈତିକ ଦଳକୁ ଗାଳି କରିଛନ୍ତି ସେ । ଦେଶ ସ୍ୱାଧିନତା ପାଇବାର ୭୦ ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଶ ଗରୀବିରେ ଶଢ଼ୁଛି । ତେବେ ଓଡିଶା ଭଳି ରାଜ୍ୟ ସବୁଠାରୁ ପଛରେ ପଡି ରହିଛି । ଦେଶର ରାଜ ନୈତିକ ନେତାମାନେ ଖୋଳ କରି ଖାଇ ଯାଉଛନ୍ତି । ମାତ୍ର ଜନତା ସବୁବେଳେ ସେହି ଗରୀବ ହୋଇ ରହିଛନ୍ତି ।
କଂଗ୍ରେସ,ବିଜେପି ଏବଂ ବିଜେଡି ସମସ୍ତେ ଦେଶକୁ ଅବନ୍ନତି ପଥରେ ନେଇ ଯାଉଛନ୍ତି । ସମସ୍ତେ ଦୁର୍ନୀତି କରୁଛନ୍ତି । ଏଣୁ ଏମାନେ ଦେଶ ଏବଂ ରାଜ୍ୟକୁ ଲୁଟିବାରେ ଲାଗି ପଡିଛନ୍ତି । ଏଣୁ ଏଭଳି ସବୁ ସରକାରଙ୍କୁ ମୁହଁତୋଡ ଜବାବ ଦେବା ଦରକାର । ଦିନକୁ ଦିନ ଏମାନଙ୍କ ଅନ୍ୟାୟ ଏବଂ ଦୁର୍ନୀତି ବଢ଼ିବାରେ ଲାଗିଛି । ଏଣୁ ଆସନ୍ତା ନିର୍ବାଚନରେ ଉଚିତ ଲୋଂକଙ୍କୁ ନିଜର ମତ ପ୍ରଦାନ କରନ୍ତୁ ବୋଲି ସୂଚନା ଦେଇଛନ୍ତି କେଜ୍ରିୱାଲ ।
ତେବେ ସବସ୍ତ ଦଳକୁ ମୁହଁତୋଡ ଜବାବ ଦେବା ପରେ ଦିଲ୍ଲୀର ଉଦାହରଣ ଦେଇଥିଲେ । ଦିଲ୍ଲୀରେ ଅଧିକ ବିକାଶ ହୋଇଛି । ମୁଖତଃ ଦିଲ୍ଲୀରେ ପ୍ରାଇଭେଟ ବିଦ୍ୟାଳୟମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ । ମାତ୍ର ଦିଲ୍ଲୀରେ ଆପ ସରକାର ଆସିବା ପରେ ଏଠାରେ ସରକାରୀ ବିଦ୍ୟାଳୟ ଗୁଡିକର ରୂପ ରେଖ ବଦଳି ଯାଇଛି । ଯଦି ଏଇ କଥା ଓଡିଶା ସରକାରଙ୍କର ବିଶ୍ୱାସ ନହେଉଛି ତେବେ ମୁଁ ତାଙ୍କୁ ନିମନ୍ତ୍ରଣ କରୁଛି ସେ ଥରେ ବୁଲି ଦେଖି ଆସନ୍ତୁ ।
ସେପଟେ ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉ ନଥିଲା । ମାତ୍ର ଆମ ସରକାର ଆସିବା ପରେ ଉତ୍ପାଦନ କରିଛୁ । ଏବଂ ବିଜୁଳି ୟୁନିଟ ପିଛା ଟଙ୍କାକରେ ଦେଉଛୁ । ମାତ୍ର ଓଡିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୂନିଟ ପିଛା ଏଠାରେ ୫ ଟଙ୍କା ନିଆ ଯାଉଛି । ଯାହାକି ଏକ ନିନ୍ଦନୀୟ କଥା । ସରକାର ଲୋକଙ୍କୁ ଠକି ନିଜେ ମାଲାମାଲ ହେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ । ତେବେ ସିଧାସଳଖ ନ କହି ବଙ୍କେଇ ଆପ ନେତାଙ୍କୁ ଭୋଟ ଦେବା ପାଇଁ ଇଶାରା ଦେଇଛନ୍ତି କେଜ୍ରିୱାଲ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।