ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଷୋଡଶ ବିଧାନସଭା ଅଧିବେଶନ ଆସନ୍ତା କାଲିଠାରୁ ବସିବ । ବୈଠକ ବସିବା ପୂର୍ବରୁ ସବୁ ଦଳକୁ ଡାକିଛନ୍ତି ବାଚସ୍ପତି । ସୂର୍ଯ୍ୟପାତ୍ରଙ୍କ ପ୍ରକୋଷ୍ଠରେ ଆଜି ବସିବ ସର୍ବଦଳୀୟ ବୈଠକ । ଅଜି ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଏହି ବୈଠକ । ବିରୋଧୀ ଦଳର ସଦସ୍ୟମାନେ ଯେପରି ଗୃହ ପରିଚାଳନା କରିବାରେ ସହଯୋଗ କରିବେ ସେସବୁ ଦୃଷ୍ଟିରୁ ବୈଠକରେ ଆଲୋଚନା କରାଯିବ । ଏ ନେଇ ସବୁ ବିରୋଧୀ ଦଳ ନେତାମାନଙ୍କୁ ବିଧାନସଭା ପକ୍ଷରୁ ଚିଠି ଲେଖି ଜଣାଇଦିଆଯାଇଛି ।
ଆସନ୍ତା କାଲିଠାରୁ ବିଧାନସଭାର ଷୋଡଶ ଅଧିବେଶନ ବସିବ । ବିଧାନସଭାରେ ବଜେଟ ଅଧିବେଶନ ବସିବ । ତେବେ ନିର୍ବାଚନ ପରେ ପ୍ରଥମ କରି ଏହି ଲମ୍ବା ଅବଧିର ଅଧିବେଶନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରୀ । ଗୃହରେ ଗଠନମୂଳକ ପ୍ରସଙ୍ଗରେ ଯେପରି ସ୍ବର ଉଠାଇବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ ସେଥିପାଇଁ ଏହି ବୈଠକର ଆବଶ୍ୟକତା ରହିଛି । ଏଣୁ ଆଜି ବାଚସ୍ପତି ଏହି ବୈଠକ ଡକାଇଛନ୍ତି ।
ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ନୂତନ ଅର୍ଥ ବଜେଟ ଉପସ୍ଥାପନ କରିବେ । ତେବେ ବିରୋଧୀଙ୍କ ସମସ୍ତ ସମସ୍ୟାର ଉପସ୍ଥାପନାରେ ସମାଧାନ କରିବା ପାଇଁ ସରକାରୀ ଦଳ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଅପରପକ୍ଷରେ ସରକାରୀ ଦଳକୁ ପ୍ରଶ୍ନବାଣରେ ପ୍ରଥମ ଅଧିବେଶନରେ ଘାଇଲା କରିବା ପାଇଁ ବିରୋଧୀ ମଧ୍ୟ ପ୍ରସ୍ତୁତ । ଷୋଡଶ ବିଧାନସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ସମସ୍ତଙ୍କ ନଜର । ତେବେ ଏବେ ପର୍ଯ୍ୟନ୍ତ ବିଜେପି ବିରୋଧୀ ଦଳ ନେତା ବାଛି ପାରିନାହିଁ ।
ଦୁଇଟି ପର୍ୟ୍ୟାୟରେ ଜୁନ୍ ୨୫ରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ପ୍ରଥମ ପର୍ୟ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ୟ୍ୟାୟ ଚାଲିବ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ଚାଲିବ । ଜୁନ୍ ୨୮ରେ ୨୦୧୯-୨୦ ବର୍ଷ ଲାଗି ବଜେଟ୍ ଉପସ୍ଥାପନ ହେବ ।