ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୁଇଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି । ତେବେ ବଳଭଦ୍ରଙ୍କ ନିଜ ସଂସଦୀୟ କ୍ଷେତ୍ରରେ ଭଲ ଲୋକପ୍ରିୟତା ଥିବାରୁ ବିଜେପିକୁ ଳାଭ ଦାୟକ ହେବ ବୋଲି ଆଶା କରାଯାଇଛି । ତେବେ ନବରଙ୍ଗପୁରରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । ବିଜେଡି ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥୀ ଥିଲେ ସୁଦ୍ଧା ଦଳ କାହାକୁ ପ୍ରାର୍ଥୀ ଚୟନକରିବ ତାହା ଏବେ ଜଣା ପଡିନାହିଁ । ଅପରପକ୍ଷରେ ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ବହୁ ବରିଷ୍ଟ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ଶନିବାର ବଳଭଦ୍ରଙ୍କ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ,ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ଓଡିଶା ପ୍ରଭାରୀ ଅରୁଣ ସିଂହ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ମିଶିଥିଲେ । ବଳଭଦ୍ରଙ୍କ ଯୋଗଦାନ ବିଜେପିକୁ ଲାଭ ଦାୟକ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ବଳଭଦ୍ର ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେ ୨୦୧୪ ନିର୍ବାଚନାରେ ତାଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀଙ୍କୁ ହରାଇଥିଲେ । ତେବେ ବଳଭଦ୍ର ଦଳ ପାଇଁ ଯେଭଳି କାମ କରିଥିଲେ ଦଳ ତାଙ୍କୁ ସେଭଳି ନଦେଖି ଅଣଦେଖା କରୁଛି ବୋଲି ଇସ୍ତଫା ଦେଇଥିଲେ । ସେ କହିଥିଲେ କି ଦଳର କୌଣସି ନିଷ୍ପତି ତାଙ୍କୁ ଜଣା ଯାଉନାହିଁ । ସାଧାରଣ ଲୋକଙ୍କ ଭଳି ଟିଭି ଦେଖି ସବୁ ଜାଣୁଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ବଳଭଦ୍ର । ସେପେଟେ ବଳଭଦ୍ର ବିଜେଡି ଛାଡିଥିଲେ ସୁଦ୍ଧା ଦଳର ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛି ବିଜେଡି ।