ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶକ୍ତି ପ୍ରଦର୍ଶନ ଦେଖାଇଲା ବିଜେପି ଯୁବ ମୋର୍ଚ୍ଚା । ବିଧାନସଭା ଘେରାଉ କରିବା ପାଇଁ ଧସେଇ ପଶୁଥିବା ବେଳେ ପୋଲିସ ସହ ହୋଇଛନ୍ତି ମୁହାଁମୁହିଁ । ପୋଲିସ ବିଜେପି କର୍ମୀମାନଙ୍କୁ ଅଟକ ରଖିବା ସହିତ ଗିରଫ କରିଛି । ରାଜ୍ୟ ସରକାର ଓଡିଶାର ଯୁବକଙ୍କ ପ୍ରତି ମାରଣା ନୀତି କରୁଛନ୍ତି । ଯୁବକଙ୍କୁ ରୋଜଗାର ନଦେବାରୁ ରାଜ୍ୟରେ ବେକାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏଣୁ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତେ୍ୱଳନ କରି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏଭଳି ଧସ୍ତାଧସ୍ତି ହୋଇଛି ।
ରାଜ୍ୟ ସରକାର ଯୁବକଙ୍କୁ ରୋଜଗାର ଦେଇ ମାରଣା ନୀତି ଚଳାଇଛନ୍ତି । ଏଣୁ ବିଜେପି ଯୁବମୋର୍ଚ୍ଚା ସରକାରଙ୍କ ବିରୋଧରେ ଆନ୍ଦୋଳକ ଓହ୍ଲାଇଥିଲା । ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ବିଜେପି ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଅଧ୍ୟକ୍ଷା ପୁନମ ମହାଜନ । ତାଙ୍କ ନେତୃତ୍ୱରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଯୁବକଙ୍କ ସୁଅ ଛୁଟିଥିଲା । ଏଣୁ ଏମାନେ ଆନ୍ଦୋଳନ କରି ଲୋୟର ପିଏମଜିରୁ ବିଧାନସଭା ଆଡକୁ ସମୁଦ୍ର ଭଳି ମାଡି ଯାଇଥିଲେ । ତେବେ ପୋଲିସ ଆରବିଆଇ ଅଫିସ ଆଗରେ ଅଟକାଇ ଥିଲା । ମାତ୍ର ଏଡାକୁ ଖାତିର ନକରି ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଏଣୁ ପୋଲିସ ଏବଂ ଯୁବ ମୋର୍ଚ୍ଚାଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ପୋଲିସ ଯୁବ ମୋର୍ଚ୍ଚାର ବହୁ କର୍ମୀଙ୍କୁ ଗିରଫ କରିଛି ।
ତେବେ ପୋଲିସ ଯେତେ ଗିରଫ କରିଲେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆ ଯାଇଛି । ରାଜ୍ୟ ସରକାର ଦୀର୍ଘଦିନ ହେବ ଶାସନ ଗାଦିରେ ରହିବାରୁ ମନଇଛା କାମ କରୁଛନ୍ତି । ଏବଂ ଯୁବକଙ୍କ ଭବିଷ୍ୟତ ଚିନ୍ତା କରୁ ନାହାଁନ୍ତି । ଏଣୁ ଦିନକୁ ଦିନ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଯେତେ ଦିନ ପର୍ଯ୍ୟନ୍ତ ଏହାର ବିଚାର ନହେବ ବିଜେପି ଏପରି ଆନ୍ଦୋଳନ କରୁଥିବ ବୋଲି କହିଛି । ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ଯୁବକ ମାନେ ଏହାର ଉପଯୁକ୍ତ ଜବାବ ଦେବେ । ଏବଂ ଅପାରଗ ସରକାର ପରିବର୍ତ୍ତନ ହେବ ବୋଲି ମଧ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଡା ଚେତାବନି ଦିଆଯାଇଛି ।