ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ବିଜେପିକୁ ଫେରିବେ ବିଜୟ ମହାପାତ୍ର । ରାଜ୍ୟ ରାଜନୀତିର ଜଣେ ପୁରୁଖା ନେତା ଭାବରେ ସେ ବେଶ ପରିଚିତ । ଜଣେ ଅଭିଜ୍ଞ ରାଜନେତା ଭାବରେ ତାଙ୍କର ବହୁତ ଖ୍ୟାତି ରହିଛି । ତେବେ ବରିଷ୍ଟ ନେତାଙ୍କ ଘର ବାହୁଡାକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ । ରବିବାର ରାତିରେ ବିଜେୟଙ୍କୁ ଦଳରେ ଫେରାଇ ଆଣିବା ପାଇଁ ରାଜ୍ୟ ବିଜେପିର ଏକ ବୈଠକ ବସିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଆଜି କିମ୍ବା କାଲି ଭିତରେ ନିଶ୍ଚିନ୍ତ ଭାବରେ ବିଜେପିରେ ଯୋଗ ଦେଇପାରନ୍ତି ବିଜୟ ।
ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ଲାଙ୍ଗୁଡ ଧରି ବିଜେପିକୁ ବାଏ ବାଏ କହିଥିଲେ ବିଜୟ । ତେବେ ଦିଲୀପ ରାୟ ନବୀନଙ୍କ ସହ ଦେଖା କରିବା ପରେ ସେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିଜୟଙ୍କୁ ବିଜେଡି ପକ୍ଷରୁ ଗ୍ରୀନ ସିଗନାଲ ମିଳିନଥିବାରୁ ପୁଣି ବିଜେପିର ପଦ୍ମ ପୋଖରୀରେ କୁଦ ମାରିବେ ବୋଲି ଚର୍ଚ୍ଚା ହେଉଥିଲା । ବିଜେପି ରାଜ୍ୟ ପ୍ରଭାରୀ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ କି ବିଜୟ ଏବେ ମଧ୍ୟ ଦଳରେ ଅଛନ୍ତି । ସେବେଠାରୁ ସ୍ପଷ୍ଟ ହୋଇଥିଲା କି ବିଜେପି ଯିବା ସୁନିଶ୍ଚିନ୍ତ । କିନ୍ତ ଡେରିରେ ହେଉ ବରଂ ବିଜେପିକୁ ଦିଲୀପଙ୍କୁ ଫେରୁଥିବାରୁ ଦଳର କର୍ମୀମାନେ ବେଶ ଖୁସି ରହିଥିବା ଶୁଣିବାକୁ ମିଳିଛି ।