କୋଣାର୍କ (ଏଟିଆର ବ୍ୟୁରୋ) ; ବିପଦରେ ଅଛି ବ୍ଳାକ ପଗୋଡା କୋଣାର୍କ । ମନ୍ଦିରରୁ କାରୁକାର୍ଯ୍ୟ ହଟିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିଜୟ ମହାପାତ୍ର । ରାଜ୍ୟ ସଂସ୍କୃତି ବିଭାଗକୁ ସିଧା ସଳଖ ଟାର୍ଗେଟ କରିଛନ୍ତିି ବିଜୟ । ସେ କହିଛନ୍ତି କି ଏସଆଇ କରିଥିବା ଅବହେଳା ପାଇଁ ଆଜି ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଦ କୋଣାର୍କ ମନ୍ଦିର ଆଜି ଲୋପ ହେବାକୁ ବସିଲାଣି । ତେବେ ରାଜ୍ୟ ସଂସ୍କୃତି ବିଭାଗକୁ ଦୋଷ ଦେଇଛନ୍ତି କାରଣ ଉକ୍ତ ବିଭାଗ କେବଳ ସଚିବାଳୟରେ ସମୀକ୍ଷା କରୁଛି । ଯାହା ଫଳରେ କୈାଣସି ଫଳ ମିଳିପାରୁନାହିଁ । ସଂସ୍କୃତି ବିଭାଗ ଏକ କମିଟି ଗଠନ କରିବା ଦରକାର ଯାହାଦ୍ୱାରା କି ଏହାର ସମାଧାନ କରାଯାଇପାରିବ ଏବଂ ସସ୍କୃତି ମନ୍ତ୍ରୀ ନିଜେ କୋଣାର୍କ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବା ଦରକାର ବୋଲି କହିଛନ୍ତି ବିଜୟ ।
କୋଣାର୍କ ମନ୍ଦିରର ପ୍ରାୟ ୪୦ ପ୍ରତିଶତ କାରୁକାଯ୍ୟୟ ପଥର ବଦଳରେ ଲାଗିଛି ସାଧା ପଥର । ତେବେ ଏଭଳି ଏକ ସଙ୍ଗୀନ ଅଭିଯେଗ ଆଣି କୋଣାର୍କ ଥାନାରେ ଅଭିଯୋଗ କରିଥିଲେ କୋଣାର୍କ ସୁରକ୍ଷା ସମିତି । ମିଳିଥିବା ସୂଚନା ମୁତାବକ । ୧୯୩୯ ମସିହାରୁ ଏଏସଆଇ ମନ୍ଦିରର ମରାମତି ଦାୟିତ୍ୱରେ ଅଛି । ତେବେ ଏହି ସଂସ୍ଥା କିଛି କାମ କରୁନାହାଁନ୍ତି ଏବଂ ମନ୍ଦିରର ସୂକ୍ଷ୍ମ ପଥରକୁ କାଢ଼ି ସାଧା ପଥର ଲଗାଇ ମରାମତି କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏଣୁ କୋଣାର୍କ ସୁରକ୍ଷା ସମିତିପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।