ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ଗୋଟିଏ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଧନୀ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦଳ ମୀନାକ୍ଷୀ ମହାନ୍ତଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଆଜି ବିଜେଡି ସୁପ୍ରିମୋ ମୀନାକ୍ଷୀଙ୍କୁ ଚମ୍ପୁଆ ଟିକେଟ ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘୋଷଣା ପରେ ଚମ୍ପୁଆରେ ପୂର୍ବରୁ ପ୍ରାର୍ଥୀଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । ନିର୍ବାଚନ ମଣ୍ଡଳୀରେ ବହୁ ଆଶାୟୀ ପ୍ରାର୍ଥୀ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ମୀନାକ୍ଷୀଙ୍କ ଉପରେ ଭରଷା କରି ଟିକେଟ ଦେଇଛି ଦଳ ।
ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ଭାବରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ଭାବରେ ଜିତି ଆସିଛନ୍ତି । ନିର୍ବାଚନ ମଣ୍ଡଳୀରେ ତାଙ୍କର ମଧ୍ୟ ବହୁତ ଲୋକ ପ୍ରିୟତା ରହିଛି । ତେବେ ଏଠାରେ ବିଜେଡି ଲଗାତାର ହାରି ଆସିଛି । ପୂର୍ବ ନିର୍ବାଚନରେ ଏଠାରେ ବିଜେଡି ଅଭିନେତା ପପୁଙ୍କ ଉପରେ ଭରଷା କରି ଟିକେଟ ଦେଇଥିଲେ ସୁଦ୍ଧା ସେ ଅମାନତ ହାରିଥିଲେ । ଏଠାରେ ସନାତନ ମହାଖୁଡ ବିପୁଳ ପରିମାଣରେ ବିଜୟ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ସେ ଏବେ ସୁଦ୍ଧା ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ ହୋଇନାହିଁ । ତେବେ ସନା ଯଦି ନିର୍ବାଚନ ମଇଦାନକୁ ଓହ୍ଲାଇବେ ତେବେ ମୀନାକ୍ଷୀଙ୍କୁ କଷ୍ଟସାଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।