ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ରାଜ୍ୟ ବିଧାନସଭାରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ମିଳିଛି । ଏହି ଅବସରରେ ବିଜେଡିର ସୋମବାର ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ହୋଇପାରେ । ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୬ ତାରିଖ ରବିବାର ସକାଳେ ବିଧାୟକ ଦଳ ବୈଠକ ବସି ନବୀନ ପଟ୍ଟନାୟକଙ୍କୁ ନେତା ଚୟନ କରାଯିବ ।
ତେବେ ବିଧାୟକ ଦଳ ବୈଠକ ପରେ ସୋମବାର ଶପଥ ସମାରୋହ ପାଇଁ ରାଜ୍ୟପାଳଙ୍କ ପାଖରେ ସମୟ ମାଗିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଏ ନେଇ ଦଳ ସ୍ପଷ୍ଟ କରିନାହିଁ । ସେହିଭଳି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଛନ୍ତିି । ରାଜଭବନ ପରିସରରେ ରାଜଅଭିଷେକ ଗୃହରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ସପଥ ପାଠ କରିବେ ।
ସେହିଭଳି ଅପରପକ୍ଷେ ମନ୍ତ୍ରୀପଦ ପାଇବା ପାଇଁ ବିଜେଡିର ବହୁ ନିର୍ବାଚିତ ବିଧାୟକ ମନ୍ତ୍ରୀପଦ ପାଇବା ପାଇଁ ନବୀନ ନିବାସ ଆଗରେ ଡେରା ପକାଇଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ଥର ପୁରୁଣା ଅପେକ୍ଷା ନୂଆ ମୁହଁ ଉପରେ ନବୀନଙ୍କ ଶୁଭ ଦୃଷ୍ଟି ପଡିପାରେ ବୋଲି ଆଲୋଚନା ଜୋର ଧରିଛି । ତେବେ ଚଳିତ ଥର ମନ୍ତ୍ରୀ ମଣ୍ଡଳରେ ନବୀନ କାହାକୁ ନେବେ ତାହା ଏଯାବତ ସ୍ପଷ୍ଟ ହୋଇନି । ଗତଥରର ମନ୍ତ୍ରୀ ମଣ୍ଡଳରେ ଥିବା କିଛି ପୁରୁଖା ବିଧାୟକଙ୍କ ସମେତ ନୂଆ ମୁହଁ ଲବିରେ ଅଛନ୍ତି ।