ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚାଷ ଏବଂ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ମଙ୍ଗଳବାର ଆନ୍ଦୋଳନ କରୁଛି ବିଜେଡି । ଏହି ଆନ୍ଦୋଳନ ମଙ୍ଗ ସମ୍ଭାଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୦୦ କରିବା ପ୍ରତିବାଦରେ ସଂସଦ ଆଗରେ ଦଳ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ ନବୀନ । ୨୦୧୪ ନିର୍ବାଚନ ବେଳେ ବିଜେପି ସରକାର ଧାନର ସହାୟକ ମୂଲ୍ୟ ୨୯୦୦ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲା । ମାତ୍ର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହା ପୂରଣ ହୋଇନଥିବାରୁ ପ୍ରତିବାଦ କରି ସଂସଦ ଆଗରେ ବିକ୍ଷୋଭ କରିଛି ଦଳ । ଗତ ୫ ତାରିଖରେ ଦଳର କର୍ମୀ ମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ ।
ତେବେ ବିଜେଡିର ଏହି ବିକ୍ଷୋଭକୁ ବିଜେପି ଘୋର ନିନ୍ଦା କରିଛି । ବିଜେପି କହିଛି କି ରାଜ୍ୟ ସରକାର ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚକ୍ରାନ୍ତ କରି ଚାଷୀଙ୍କୁ ମୋହରା ବନଉଛନ୍ତି । ଯଦି ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କର ଏତେ ଦରଦ ଥିଲା ତେବେ ଆଗରୁ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି । ନିକଟରେ ପ୍ରକାଶ ପାଇଥିବା ୩ଟି ରାଜ୍ୟରେ ଚାଷୀଙ୍କ ଭୋଟ ହାତେଇ କଂଗ୍ରେସ ସରକାରକୁ ଆସିଥିବାରୁ ଏହାର କପି କରୁଛି ବିଜେଡି ବୋଲି କଂଗ୍ରେସ କର୍ମୀମାନେ ପ୍ରତିକ୍ରିଆ ଦେଇଛନ୍ତି ।