ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏକଜାଟ ପୋଲ ଫଳାଫଳ ପ୍ରକାଶ ପାଇବାକୁ ବାକି ରହିଲା ଆଉ ମାତ୍ର କେଇଟା ଘଣ୍ଟାର ଅପେକ୍ଷା । ତଥାପି ଥମୁନି ଏକଜିଟପୋଲର ଅଡୁଆ । ବିଜେଡି ଓ ବିଜେପି ଆଭିମୁଖ୍ୟକୁ ନେଇ ଉଭୟ ଦଳର କର୍ମୀ ରହିଛନ୍ତି ସନ୍ଦେହରେ । ଏକଜିଟ ପୋଲର ଆକଳନ ଯଦି ଏକଜାଟ ପୋଲରେ ପରିଣତ ହୁଏ । ତେବେ କେନ୍ଦ୍ରରେ ବିଜେଡିର ଦବଦବା କ’ଣ ରହିବ ତାକୁ ନେଇ ରାଜ୍ୟର ତିନି ର ନେତାମାନେ ଚିନ୍ତାରେ । ଜାତୀୟ ଗଣମାଧ୍ୟମ ଗୁଡିକର ବୁଥବହାହୁଡା ଆକଳନ ଅନୁଯାୟୀ କେନ୍ଦ୍ରରେ ଏନଡିଏ ବହୁମତ ପାଇବ । ତେବେ ଯଦି ଏହା ଯଦି ସତ ହୁଏ ବିଜେଡିର ଗରୁତ୍ୱ କେନ୍ଦ୍ରରେ କମିବାର ଆଶଙ୍କା ରହିଛି । ବିଜେଡି ସୁପ୍ରିମୋ କହିଛନ୍ତି ଚଳିତ ଥର କେନ୍ଦ୍ରରେ ସରକାର ଗଢିବାରେ କିଙ୍ଗମେକର ସାଜିବ ବିଜେଡି ।
ଯାହକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଯାହାର ପ୍ରଭାବ ମଧ୍ୟ ଦେଶର ଦୁଇ ଜାତୀୟ ଦଳ ମାନଙ୍କ ପାଖରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ । ନବୀନ ମଧ୍ୟ ମୋଦିଙ୍କୁ ପ୍ରଶଂସା କଲେ । ସୋନିଆ ଗାନ୍ଧି ଝୁାଲା ସରକାର ପାଇଁ ଦିଲ୍ଲୀରେ କରିବାକୁ ଥିବା ବୈଠକରେ ନବୀନଙ୍କୁ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲେ । ସବୁଠିକ ଠାକ ଥିଲା କେନ୍ଦ୍ରରେ ନବୀନଙ୍କ ଦବଦବା ଦେଖି କର୍ମୀ ଠାରୁ ନେତା ପର୍ଯ୍ୟନ୍ତ ବେଶ ଉତ୍ସାହିତ ହୋଇ ପଡିଲେ । ଏସବୁ ଭିତରେ କିନ୍ତୁ ପୁଣି ମଝିରେ ଅଡୁଆ ପୁରାଇଲା ଏକଜିଟ ପୋଲ ।
ସବୁ ସସ୍ଥାର ରିପୋର୍ଟ କହିଲା ଗତଥର ଅପେକ୍ଷା ଏଥର ବିଜେପି ଲୋକସଭା ଆସନ ବଢିବ । ସେହିଭଳି ବିଜେଡିର କିଛି ଆସନ କମିବ ବୋଲି ଖବର ପ୍ରକାଶ ପାଇଲା । ତେବେ କଥା ଉଠୁଚି ଏକଜିଟ ପୋଲ ଯଦି ଏକଜାଟ ପୋଲ ହେବ ବିଜେଡିର ସ୍ଥିତି କ’ଣ ରହିବ । ବିଜେଡି କିଙ୍ଗ ମେକର ହେବ ନା ସମଦୂରତା ରକ୍ଷା କରିବ । ତାହା ଆସନ୍ତା କାଲି ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବ । କ’ଣ ରହିବ ବିଜେଡିର ଭୂମିକା ।