ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର ବିଜେଡି ବାକିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବୋଲି ଶୁଣିବାକୁ ମିଳୁଛି । ଏଣୁ ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ମାତ୍ର ୩ଟି ଲୋକସଭା ଏବଂ ୨୮ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ଏଣୁ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଘୋଷଣା ହୋଇପାରେ । ଶୁକ୍ରବାର ବିଜେଡି ସୁପ୍ରିମୋ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଏଥିରେ ବହୁ ବରିଷ୍ଟ ନେତାଙ୍କ ଟିକେଟ କଟିଥିବା ବେଳେ ଯୁବ ନେତାଙ୍କୁ ସୁଯୋଗ ଦେଇଛି ଦଳ । ଏଣୁ ବାକିଥିବା ଆସନରେ କାହାକୁ ଟିକେଟ ମିଳିବ ତାଉପରେ ସମସ୍ତଙ୍କ ନଜର ।
ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ନୀବନ ନିବାସରେ ଆଶାୟୀ ପ୍ରାର୍ଥୀମାନେ ଳମ୍ବାଧାଡିରେ ଯାଇଥିଲେ । କିନ୍ତୁ ନୀବନ ବିଚାର କରି ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନକୁ ଓହ୍ଲାଇଛନ୍ତି । ବାକିଥିବା ଆସନରେ ବହୁ ପ୍ରାର୍ଥୀ ଆଶାୟୀ ଅଛନ୍ତି । ଏଣୁ କାହାକୁ ଟିକେଟ ଦେବେ ତାଉପରେ ସମସ୍ତଙ୍କ ନଜର ଥିବା ବେଳେ ପ୍ରାର୍ଥୀଙ୍କ ମନରେ ଛନକା ପଶିଯାଇଛି । ଏହି ୧୮ଟି ବିଧାନସଭା ଆସନ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି । ପିପିଲି,କୋରେଇ ଏବଂ ଯାଜପୁର ଭଳି ବହୁ ଆସନ ଘୋଷଣା ହେବା ପାଇଁ ବାକି ରହିଛି । ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ରାଜନୀତି ନୂଆମୋଡ ନେବ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଥମରୁ ପ୍ରାର୍ଥୀ ଘୋଷଣା ହେବା ଦିନଠାରୁ ଅସନ୍ତୁଷ୍ଟମାନେ ଦଳ ଛାଡି ଅନ୍ୟ ଦଳରେ ମିଶୁଛନ୍ତି । ଯାହାକି ବିରୋଧୀଙ୍କ ଶକ୍ତି ବଢାଇବାରେ ସକ୍ଷମ ହୋଇଛି । ତେବେ ଆଗାମୀ ଦିନରେ କାହା ଉପରେ ଜନତା ଭରଷା କରିବେ ତାଉପରେ ସମସ୍ତଙ୍କ ନଜର । ଼