ଭୁବନେଶ୍ୱର (ଏଟିଆର ବ୍ୟୁରୋ); ୨ ଲୋକସଭା ଏବଂ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଜିର ଘୋଷଣା ପରେ ବିଜେଡି ୨୧ ଲୋକସଭା ପାଇଁ ସମ୍ପୁର୍ଣ୍ଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭା ପାଇଁ ଆଉ ମାତ୍ର ତିନିଟି ଆସନ ବାକି ରହିଛି । ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟର ଏହି ଆସନ ଗୁଡିକ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ଯାଜପୁରରୁ ପ୍ରଣବ ପ୍ରକାଶ ଦାଶଙ୍କୁ ପ୍ରାର୍ଥୀ କରିଛି ଦଳ ।
ଅନ୍ୟପଟେ ବଳକା ଥିବା ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଢେଙ୍କାନାଳରୁ ମହେଶ ସାହୁ ଓ କେଉଁଝରରୁ ଚନ୍ଦ୍ରାଣି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଦଳ । ଅନ୍ୟପଟେ ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ କୁମାର ରାଉତ, ପାଲଲହଡାରୁ ମୁକେଶ ପାଲ, ଆଠମଲ୍ଲିକରୁ ରମେଶଚନ୍ଦ୍ର ସାଇ, କୋରେଇ ବିଧାନସଭା କ୍ଷେତ୍ରରୁ ଅଶୋକ ବଳଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେଇଛନ୍ତି । ତେବେ ବାକି ଥିବା ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ । ବଳକା ଆସନରେ ଦଳ କାହାକୁ ଟିକେଟ ଦେବ ତାଉପରେ ସମସ୍ତଙ୍କ ନଜର ।
୨ ଲୋକସଭା ଆସନ:
୨) ଢେଙ୍କାନାଳ: ମହେଶ ସାହୁ
୩) କେନ୍ଦୁଝର: ଚନ୍ଦ୍ରାଣୀ ମୁମୁଁ
୧୦ ବିଧାନସଭା ଆସନ:
୧) କେନ୍ଦ୍ରାପଡା:
୨) ଚମ୍ପୁଆ:
୩) ଯଶିପୁର:
୪) କୋରେଇ: ଅଶୋକ ବଳ
୫) ଯାଜପୁର: ପ୍ରଣବ ପ୍ରକାଶ ଦାସ
୬) ଆଠମଲ୍ଲିକ: ରମେଶ ସାଇ
୭) ପାଲଲହଡା: ମୁକେଶ ପାଳ
୮) ଖଣ୍ଡପଡା: ସୌମ୍ୟରଂଜନ ପଟ୍ଟନାୟକ
୯) ଭୁବନେଶ୍ୱର (ମଧ୍ୟ): ଅନନ୍ତ ନାରାୟଣ ଜେନା
୧୦) ଭୁବନେଶ୍ୱର (ଉତ୍ତର): ସୁଶାନ୍ତ କୁମାର