ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୦ ତାରିଖରେ ପାଟକୁରାରେ ନିର୍ବାଚନ ହେବ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଠାରେ ବିଜେଡି ଏବଂ ବିଜୟ ମହାପାତ୍ରଙ୍କ ସମ୍ମାନକୁ ନେଇ ଲଢ଼େଇ ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଦୁଇ ପ୍ରମୁଖ ରାଜନୈତିକ ଦଳ ଜିତିବା ପାଇଁ ନିଜର କଳ ଏବଂ ବଳ ପ୍ରୟୋଗ ଆରମ୍ଭ କରିଦେଲେଣି । ଆଜି ଉଭୟ ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ପ୍ରକାଶ କରିଛି । ଏହି ଦୁଇ ପ୍ରମୁଖ ରାଜନୈତିକ ଲଢ଼େଇ ମଧ୍ୟରେ କଂଗ୍ରେସ ପଛରେ ପଡିଯାଇଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ଦଳର କିଏ ଷ୍ଟାର ପ୍ରଚାରକ ।
ବିଜେଡିର ଷ୍ଟାର ପ୍ରଚାରକ : ନବୀନ ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ପ୍ରଫୁଲ କୁମାର ମଲ୍ଲିକ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେଓ, ପ୍ରତାପ ଜେନା, ଅତନୁ ସବ୍ୟସଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଂଜୟ କୁମାର ଦାଶବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ରଂଜନ ଦାସ, ସୁଶାନ୍ତ ସିଂ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ପ୍ରସାଦ ନାୟକ, ଚନ୍ଦ୍ର ସାରଥୀ ବେହେରା, ପ୍ରଣବ କୁମାର ବଳବନ୍ତରାୟ, ଅରବିନ୍ଦ ଢାଲି, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଅଶୋକ କୁମାର ବଳ, ଦେବୀ ରଂଜନ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର କୁମାର ସାମଲ, ଲତିକା ପ୍ରଧାନ, ସୌଭିକ୍ ବିଶ୍ୱାଳ, ଆୟୁବ ଖାଁ, ମୁଜିବୁଲ୍ଲା ଖାଁ, ସୁବାଷ ସିଂ, ମୀନତି ବେହେରା, ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କ ନାଁ ପ୍ରଚାର ତାଲିକାରେ ରହିଛି । ସେହିଭଳି ସେଲିବ୍ରିଟି ଭାବେ ସାଂସଦ ଅନୁଭବ ପଟ୍ଟନାୟକ, ଆକାଶ ଦାଶ ନାୟକ, କୁନା ତ୍ରିପାଠୀ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।
ବିଜେପି ଷ୍ଟାର ପ୍ରଚାରକ: ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅରୁଣ ସିଂ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ବସନ୍ତ ପଣ୍ଡା,କେ ଭି ସିଂଦେଓ, ବିଶ୍ୱ ଭୂଷଣ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଦାମୋଦର ରାଉତ, ପିଙ୍କି ପ୍ରଧାନ,ଶ୍ରୀତମ ଦାସଙ୍କ ନାଁ ପ୍ରଚାର ତାଲିକାରେ ରହିଛି । ସେହିଭଳି ଜୁଏଲ ଓରାମ୍, ସମ୍ବିତ୍ ପାତ୍ର, ମନମୋହନ ସାମଲ, ସଙ୍ଗୀତା ସିଂହଦେଓ, ପ୍ରଦୀପ୍ତ କୁମାର ନାୟକ, ବିଷ୍ଣୁ ଚରଣ ସେଠୀ, ମୋହନ ଚରଣ ମାଝି, ସମୀର ଦେ, ସୁରମା ପାଢୀ, ସମୀର ମହାନ୍ତି, ଖାରବେଲ ସ୍ୱାଇଁ, ରୁଦ୍ର ନାରାୟଣ ପାଣି, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ପ୍ରଭାତି ପରିଡା, ଠାକୁର ରଣଜୀତ୍ ଦାସ, ରଘୁନାଥ ମହାନ୍ତି, ଜୟ ନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ମଦନ ମୋହନ ଦତ୍ତ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ଅନୁ ଚୌଧୁରୀ ଏବଂ ହରିହର ମହାପାତ୍ରଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।