ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ତେରେଛା ବାଣ ମାରିଛନ୍ତି ବିଜେପିର ହେବିୱେଟ ନେତା ପ୍ରତାପ ଷଢ଼ଙ୍ଗୀ । ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ସରକାରଙ୍କୁ କଡା ଭାଷାରେ ସଭାଲୋଚନା କରିଛନ୍ତି । ସେ କହିଛନ୍ତି ବିଜେଡି ମାନେ ଚିଟଫଣ୍ଡ , ଚିଟଫଣ୍ଡ ମାନେ ବିଜେଡି । ଦଳର ବହୁ ବିଧାୟକ ,ସାଂସଦ ଏବଂ ଅଧିକାରୀ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଅଛନ୍ତି । ବିଜେଡି ସୁପ୍ରିମୋ ସବୁ କିଛି ଜାଣିଥିଲେ ସୁଦ୍ଧା ଏସବୁକୁ ପ୍ରଶୟ ଦେଉଛନ୍ତି । କିନ୍ତୁ ଲୋକଙ୍କ ଆଗରେ ଭଲେଇ ହେଉଛନ୍ତି । ଏଣୁ ପ୍ରତାପ ଆକ୍ଷେପ କରି କହିଛନ୍ତି କି ଚଟୁ ଆଇଁଷ ବେଣ୍ଟ ନିରାମିଷ । ଆଜି ଏକ ପ୍ରେସମିଟ କରି ଏଭଳି ସମାଲୋଚନା କରିଛନ୍ତି ପ୍ରତାପ ଷଢ଼ଙ୍ଗୀ ।
ଚିଟଫଣ୍ଡ ମାମଲରେ ୨୦ ଲକ୍ଷ ପରିବାର ଜର୍ଜରିତ, ୬୦୦ ଏଜେଣ୍ଟ ଆତ୍ମହତ୍ୟା କରିଛନ୍ତି । ୧୩ଲକ୍ଷ ଲୋକ ସତ୍ୟପାଠ ଦାଖଲ କଲେ କିନ୍ତୁ କେତେ ଜଣ ପଇସା ପାଇଲେ ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଚାରକୁ ବାହାରିବା ପୂର୍ବରୁ ନବୀନ ଏହାର ଜବାବ ଦିଅନ୍ତୁ ବୋଲି ବିଜେପି କହିଛି । ଚିଟଫଣ୍ଡ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଇ ପ୍ରମାଣିତ କଲେ ଯେ ସେ ଚିଟଫଣ୍ଡ ଲୁଟେରାଙ୍କ ସହ ଥିଲେ ଅଛନ୍ତି ଆଉ ରହିବେ ମଧ୍ୟ । ବିଧାନସଭାରେ ଅନ୍ତରୀଣ ରିପୋର୍ଟ ଦେଇପାରିବାର ବ୍ୟବସ୍ଥା ଥିଲେ ମଧ୍ୟ ଚିଟଫଣ୍ଡ ତଥ୍ୟ ଦେଲେନି । ଆରଟିଆଇରେ ମଧ୍ୟ ତଥ୍ୟ ପ୍ରଦାନ କରୁନାହାନ୍ତି ।ଏଣୁ ବିଜେଡି ଚିଟଫଣ୍ଡ ସହ ସମ୍ପୃକ୍ତ ଅଛି ବୋଲି ପ୍ରତାପ ସମାଲୋଚନା କରିଛନ୍ତି ।
ଚିଟଫଣ୍ଡ ମାମଲାରେ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନାଙ୍କୁ ଜେରା କରାଯାଇଥିଲେ ସୁଦ୍ଧା ବିଜେଡି ପୁଣିଥରେ ଟିକେଟ ଦେଇଛି । ଏଣୁ ବିଜେଡି ଚିଟଫଣ୍ଡ ଦୁର୍ନୀତି ସହିତ ସମ୍ପୃକ୍ତ ବୋଲି ପ୍ରତାପ କହିଛନ୍ତି । ସୂଚନା ଯୋଗ୍ୟ; ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ବାଲେଶ୍ୱର ଆସନରୁ ପ୍ରତାପ ପ୍ରାର୍ଥୀ ହୋଇଛନ୍ତି ।