ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ବୁଧବାର ରାମପୁର ସିଟ୍ ରୁ ବିଜେପି ପ୍ରାର୍ଥୀ ଜୟାପ୍ରଦା ତାଙ୍କ ଜନ୍ମଦିନ ଅବସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଇତି ମଧ୍ୟରେ ସାଂସଦ ରାଜବୀର ସିଂହ,କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଅବ୍ୱାସ ନକବ୍ୱୀ ଏବଂ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜୟାପ୍ରଦା କହିଛନ୍ତି କି, ଯେଉଁ ସ୍ଥାନରେ ମୁଁ କାମ କରିବାକୁ ଚାହୁଁଛି ମୋତେ ସେହିଠାରୁ ହିଁ ଟିକେଟ ମିଳିଛି । ମୋ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ମୋତେ ମୋ ମନ ପସନ୍ଦର ଉପହାର ମିଳିଛି ।
ନିଜ ନାମାଙ୍କନ ପତ୍ର ଭରିବା ପୂର୍ବରୁ ଭଗବାନ ଶିବଙ୍କ ଦର୍ଶନ ପାଇଁ ଭମରାଓ ମନ୍ଦିର ବାହାରିଥିଲେ ଜୟାପ୍ରଦା । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଦର୍ଶନ କରିବା ଲାଗି ଅମର ସିଂହ ମନ୍ଦିର ଯିବେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ସେ ସେଠାରେ ପହଁଚି ପାରିନଥିଲେ । ମାତ୍ର ଭମରାଓ ମନ୍ଦିରରେ ଦର୍ଶନ ସାରି ସେ ହଜରତ ରେହମାନ ଆଲ୍ଲାଉଦ୍ଦିନ ମଜାରରେ ପହଁଚି ପ୍ରାର୍ଥନା କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ସେ ଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ମଧ୍ୟ କରିଛନ୍ତି ।
ଜୟାପ୍ରଦା କହିଛନ୍ତି କି, ରାମପୁରର ଜନତା ମୋତେ ଭଲ ପାଆନ୍ତି ସେଥିପାଇଁ ମୁଁ ସକ୍ରିୟ ରାଜନୀତିକୁ ଆସିଛି । ଆମ ପାଇଁ ବିକାଶ, ରକ୍ଷା ଏବଂ ମହିଳାଙ୍କ ସମ୍ମାନ ମୁଖ୍ୟ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀଙ୍କ କାମକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ।
ଖବର ମୁତାବକ, ଲୋକସଭା ନିର୍ବାଚନ ପାଇଁ ଅପ୍ରିଲ ୧୧ ରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହାର ଫଳାଫଳ ମେ’ ୨୩ ରେ ବାହାରିବ ।