ଭୁବନେଶ୍ୱର(ଏଟିଆର ବ୍ୟୁରୋ); ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ସରକାର ଏଥିପ୍ରତି କୈାଣସି ଧ୍ୟାନ ଦେଉନଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଏଣୁ ଆଜି ସ୍ଥାନୀୟ ହୋଟେଲ ମ୍ୟାରିୟନରେ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଅତ୍ୟାଚାର ବିରୋଧରେ ଲଢ଼େଇକୁ ଶାଣିତ କରିବା ପାଇଁ ଏହି ସଭାର ମୂଳ ଲକ୍ଷ । ଏହି ସଭାରେ ମୁଖ୍ୟ ବକ୍ତାଭାବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧରଙ୍କ ତତ୍ୱାବଧାନରେ ଏହା ଆୟୋଜିତ ହୋଇଛି ।
ନିଜର ଅଭିଭାଷଣରେ ରାଜ୍ୟ ସରକାରଙ୍କୁ କଡା ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର କରୁଥିବା ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ନିଜ ଯୋଜନାର ପ୍ରଚାର କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୁଢ଼ା ବାଘ ବୋଲି କହିଛନ୍ତି ଧମେନ୍ଦ୍ର । ବାଘ ଜବାନ ଥିବା ସମୟରେ ଶିକାର କରିଥାଏ ଏବଂ ବୁଢ଼ା ହେବା ପରେ ସୁନା କଙ୍କଣ ଲୋଭ ଦେଖାଇ ଲୋକଙ୍କୁ ଶିକାର କରିଥାଏ । ଏଣୁ ରାଜ୍ୟ ସରକାର ଦୀର୍ଘ ୧୮ ବର୍ଷ ଶାସନ ଗାଦିରେ ବସି ବୁଢ଼ା ହୋଇଗଲେଣି ଏଣୁ ହାରିବାକୁ ଡରି ଲୋକଙ୍କ ପାଇଁ ନୂଆ ନୂଆ ଯୋଜନାମାନ ଘୋଷଣା କରୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ଯଦି ଏତେ ଦରଦ ତେବେ ଆଗରୁ କେଉଁଠି ଶୋଇଥିଲ ବୋଲି ପ୍ରଶ୍ନ କରିଛନ୍ତି ଧମେନ୍ଦ୍ର ପ୍ରଧାନ ।
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ପିଠା ଯୋଜନାକୁ ଆକ୍ଷେପ କରିବାକୁ ଯାଇ ଧମେନ୍ଦ୍ର କହିଛନ୍ତି କି ସରକାର ଘୋଷଣା କରିଥିବା ଏହି ପିଠା ପିଲାଙ୍କ ପଢ଼ା ବହିର ଗପରେ ଥିବା ମାଙ୍କଡଙ୍କ ଭାଗ ବଣ୍ଟା ଭଳି ହେବ ।ନ୍ଖକ୍ସ ଦଳରେ ଥିବା ନେତାମାନେ ଏହି ପିଠାକୁ ଭାଗ ବାଣ୍ଟି ଖାଇଯିବେ ଏହା ଲୋକଙ୍କ ପାଖରେ ପହଁଞ୍ଚି ପାରିବ ନାହିଁ । ସରକାର କରୁଥିବା ନୂଆ ଯୋଜନା କେବଳ ଏକ ପ୍ରହସନ ଏଣୁ ଆଗାମୀ ଦିନରେ ବିଜେପି ଯୁବ ମୋର୍ଚ୍ଚା ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ଧମେନ୍ଦ୍ର ।