ନୟାଗଡ (ଏଟିଆର ବ୍ୟୁରୋ); ନୟାଗଡ ଜିଲ୍ଳାରେ ଜନ ଜାତିଙ୍କ ପାଇଁ ସଂରକ୍ଷିତ ସିଟ୍ ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏଣୁ ଏହି ଆସନ ଉପରେ ସମସ୍ତଙ୍କ ନଜର । ଲଗାତାର ଚାରୋଟି ନିର୍ବାଚନରେ ଏଠାରେ ବିଜେଡି ବାଜିମାତ କରିଆସିଛି । ତେବେ ଚଳିତ ନିର୍ବାଚନରେ ଏଠାରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । କାରଣ ବିଜେଡିରୁ ଟିକେଟ ନପ୍ଧବ ଅଲୋଡା ହେବା ପରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେପି ଭରଷାରେ ପଦ୍ମ ପୋଖରୀରେ ଡେଇଁ ପଡିଛନ୍ତି । ଏଠାରେ ୨୦୦୯ ନିର୍ବାଚନରେ ବିଜୟ ହୋଇଥିବା କାଶୀନାଥ ମଲ୍ଲିକଙ୍କୁ ମଧ୍ୟ ବିଜେପିରେ ନେଇ ମିଶାଇଛନ୍ତି ପୂର୍ଣ୍ଣ । ବିଜେଡିଟ ଟିକେଟ ରେସରେ ରହିଥିବା ଇନ୍ଦୁମତୀ ନାୟକ ମଧ୍ୟ ଏମାନଙ୍କ ସହ ରମେଶ ବିରୋଧରେ ସ୍ୱର ଉଠାଇ ବିଜେପିରେ ଯୋଗ ଦେିଛନ୍ତି ।
ଶତ୍ରୃର ଶତୃ ମିତ୍ର । ଏଣୁ ଏମାନେ ସମସ୍ତେ ବିଜେଡି ଟିକେଟ ପାଇଁ ଆଶାୟୀ ରହିଥିଲେ ସୁଦ୍ଧା ରମେଶ ବେହେରା ବାଜି ମାରିନେଇଛନ୍ତି । ଏଣୁ ଏହିସବୁ ନେତାମାନେ ବିଜେପି ଉପରେ ଭରଷା କରି ଭୋଟ ବ୍ୟାଙ୍କ ହାତେଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ଅପରପକ୍ଷରେ ଦଶପଲ୍ଲାରେ କଂଗ୍ରେସ ଟିକେଟ ପ୍ଧବଥିବା ପ୍ରସାନ୍ତ ନାୟକଙ୍କ ସଂଗଠନ ଏତେତା ଦୃଢ଼ନଥିବା ଶୁଣିବାକୁ ମିଳିଛି । କିନ୍ତୁ ପୂର୍ଣ୍ଣ ନାୟକଙ୍କ ସଂଗଠନ ନୂଆଗଁ ବ୍ଳକରେ ଭଲ ରହିଥିବା ଶୁଣିବାକୁ ମିଳୁଛି । ଅପରପକ୍ଷରେ ପୂର୍ଣ୍ଣଙ୍କ ଜାତି ସଂପ୍ରଦାୟ ସମସ୍ତେ ପୂର୍ଣ୍ଣଙ୍କ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ଯାହାକି ରମେଶଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଦଶପଲ୍ଳା ଆସନରେ ବିଜେଡିର ପଲ୍ଳା ଭାରି ରହିଥିବା ବେଳେ ରମେଶଙ୍କ ବିଜୟ ଆଶା ଅଧିକ ରହିଛି । ଏଣୁ ଦୁଇଜଣଙ୍କ ଲୋକ ପ୍ରିୟତା ଭଲ ରହିଥିବାରୁ ଉଭୟଙ୍କ ମଧ୍ୟରେ ମହାଲଢ଼େଇ ।