ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଓଡିଶାରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ ମୋଦି । ଗତକାଲି ଦିନିକିଆ ଓଡିଶା ଗସ୍ତରେ ଆସି ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ ଅମିତ ଶାହା । ତେବେ ଆଜି ମୋଦି ଓଡିଶା ଗସ୍ତରେ ଆସୁଥିବାରୁ ସମସ୍ତଙ୍କ ନଜର । ଭବାନୀପାଟଣାରୁ ନିର୍ବାଚନୀ ପ୍ରଚାର କରିବେ ମୋଦି । ଦଳର ହେବିୱେଟ ନେତା ନିର୍ବାଚନର ଶେଷ ସମୟରେ ଆସି କର୍ମୀଙ୍କ ସହ ଯୋଗ ଦେଉଥିବାରୁ ସମର୍ଥକମାନେ ବେଶ ଖୁସି ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ଓଡିଶାରେ ପାୱାର ଦେଖାଇବ ବିଜେପି । ରାଜ୍ୟର ତିନୋଟି ସ୍ଥାନରୁ ପ୍ରଚାର ଅଭିଯାନ କରିବ ବିଜେପି । ତେବେ ସୁବଠାରୁ ବଡ କଥା ହେଉଛି ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର । ଯାହାକୁ ନେଇ ବହୁ ଚର୍ଚ୍ଚା ହେଉଛି । ପାରାଦୀପ ଓ ତିର୍ତ୍ତୋଲରେ ଶିବରାଜ ସିଂ ଚୌହ୍ବାନଙ୍କ ସଭା । କେନ୍ଦ୍ରମନ୍ତ୍ରୀ ରାଜ କୁମାର ସିଂହଙ୍କ ଗୁଣୁପୁର, ବିଷମକଟକ ଏବଂ କବିସୂର୍ୟ୍ୟନଗରେ ପ୍ରଚାର କରିବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଙ୍ଗିରିପୋଷି, ଉଦଳା ଓ ବାରିପଦାରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେବେ ।
ଗତକାଲି ଓଡିଶା ଗସ୍ତରେ ଆସି ଅମିତ ଶାହା ବିଜେଡି ସୁପ୍ରିମୋଙ୍କ ଉପରେ ବର୍ଷିଥିଲେ । ପୂର୍ବରୁ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ଅପରପକ୍ଷରେ ମୋଦି ମଧ୍ୟ ଓଡିଶା ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ତେବେ ନିର୍ବାଚନର ଶେଷ ସମୟରେ ଓଡିଶା ଆସୁଥିବାରୁ ଏଥରକ କଣ କହିବେ ତାଉପରେ ସମସ୍ତଙ୍କ ନଜର । ଦୁଇ ଦିନରେ ଦୁଇଜଣ ବିଜେପି ହେବିୱେଟ ନେତାଙ୍କ ଗସ୍ତ ଓଡିଶା ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।