ଗଞ୍ଜାମ (ଏଟିଆର ବ୍ୟୁରୋ); ବିଜେପି ହିଞ୍ଜିଳି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ନାଁରେ ମାମଲା ରୁଜୁ କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ଗଞ୍ଜାମ ଜିଲ୍ଲା ଆସିକା ଥାନାରେ ମାମଲା ଦାୟର କରାଯାଇଛି । ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ତେବେ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ଶେଷରେ ଶନିବାର ତାଙ୍କ ନାମରେ ମାମଲା ଦାୟର କରାଯାଇଛି ।
ସୂଚନାଯୋଗ୍ୟ, ପିତାମ୍ବର ପ୍ରାର୍ଥୀ ହୋଇଥିବା ହିଞ୍ଜିଳିକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଧାବାଟରେ ଅଟକାଇଥିଲା । ତେବେ କାହିଁକି ଅଟକାଇଲା ବୋଲି ସେ ପ୍ରଶ୍ନ କରିଥିଲେ । ଏବଂ ପୋଲିସ ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା ପିତାମ୍ବରଙ୍କର । ତେବେ ଏହି ଯୁକ୍ତିତର୍କ ହୋଇଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ପୋଲିସକୁ ଧମକ ଦେଇଥିବା ଦେଖିବାକୁ ମିଳିଥିଲା । ଏଣୁ ତାଙ୍କ ନାଁରେ ମାମଲା ଦାୟର କରାଯାଇଛି ।
ହିଞ୍ଜିଳିରେ ବିଜେଡି ସୁପ୍ରିମୋଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପିତାମ୍ବର ଆଚାର୍ଯ୍ୟ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ଜାଣିଶୁଣି ଏଭଳି ଏଭଳି ତାଙ୍କୁ ଫଶାଯାଇଛି ବୋଲି ବିଜେପି ଅଭିଯୋଗ କରୁଛି । ପିତାମ୍ବରଙ୍କ ଆଗରେ ମୁଖ୍ୟମନ୍ତ୍ରୀଙ୍କ ଷଳାକ ପ୍ରିୟତା କମୁଥିବାରୁ ଜାଣିଶୁଣି ଏଭଳି କରାଯାଇଛି ।