ଭୁବନେଶ୍ୱର, ୨୦ା୨/(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଉପରକୁ ଚପଲ ଫିଙ୍ଗିଲେ ଯୁବକ । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ବିଜେପୁରରେ ଏଭଳି ଘଟଣା ଘଟିଛି । ଚପଲ ଫିଙ୍ଗିଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ଛେଚିବା ସହ ପୁଲିସର ଜିମା ଦେଇଛନ୍ତି । ଆହତ ଯୁବକଙ୍କୁ ପୁଲିସ ମେଡିକାଲରେ ଭର୍ତ୍ତି କରିଛି । ଚପଲ ଫିଙ୍ଗିଥିବା ଯୁବକ ହେଉଛନ୍ତି ପଦ୍ମପୁରର କାର୍ତ୍ତିକ ମେହେର ବୋଲି ପୁଲିସ କହିଛି ।
କାହିଁକି ଓ କେଉଁ ପରସ୍ଥିତିରେ ସେ ଚପଲ ଫିଙ୍ଗିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଉଭୟ ରାଜନୈତିକ ଦଳ ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି । କେବଳ ଏତିକି ନୁହେଁ ଚପଲ ମାଡ଼ କରିଥିବା ଯୁବକଙ୍କ ପକେଟରୁ ବିଜେପି ପତାକା ବାହାରିଥିବା କଥା ଜଣାପଡିଛି । ସେପଟେ ଚପଲ ମାଡ଼ କରିଥିବା ଯୁବକଙ୍କ କହିବାନୁସାରେ, ସେ କୌଣସି ଦଳକୁ ସମର୍ଥନ କରନ୍ତି ନାହିଁ । ବାକି ରହିଲା କାହିଁକି ଏପରି କରିବା ତା’ର ଉତ୍ତରରେ ବିଜେପି, ବିଜେଡି କିମ୍ବା କଂଗ୍ରେସ କେହି ବି ଏପରି କରିବାକୁ କହିଥିବା ଅତି ହାଲକାର ସହ ଉତ୍ତର ରଖିଛନ୍ତି କାର୍ତ୍ତିକ । ସେପଟେ ଏହି ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଇଛି । କିଛିଦିନ ତଳେ ବାଲେଶ୍ୱରରେ ଅଣ୍ଡାମାଡ଼ ପୁଣି ବିଜେପୁରରେ ଚପଲ ଫିଙ୍ଗା ଘଟଣା ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଢ଼ିଲାପଣକୁ ପଦାରେ ପକାଇଛି ।
Apurba Raj Biswal
Now it’s time for to think about the real problem of the people… Instead to make plans for victory in elections only