ଭୁବନେଶ୍ୱର, ୨୧ା୨/(ବ୍ୟୁରୋ): କଳା ଟଙ୍କା ଥିବା ତିନୋଟି ସୁଟକେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରହିଛି । ଏମିତି ଦାବି କରି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି । କେବଳ ଏତିକି ନୁହେଁ ସେହି କଳାଟଙ୍କାକୁ ବିଜେପୁର ଉପ ନିର୍ବାଚନରେ ଭୋଟଟରଙ୍କୁ ପ୍ରଭାବିତ କରିବା ପାଇଁ ସେଠାରେ ରଖାଯାଇଛି ବୋଲି ବିଜେପି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠକୁ ଯାଞ୍ଚ କରାଯାଉ ବୋଲି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ।
ଏହି ବିକ୍ଷୋଭରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ସାଧାରଣ ସମ୍ପାଦକ ବିଭାସ ସେନଗୁପ୍ତ, ସଂଗ୍ରାମ କେଶରୀ ନାୟକ, ସମ୍ପାଦକ ଅଚ୍ୟୁତାନନ୍ଦ ରଣଜିତ୍, ଅମରେନ୍ଦ୍ର ଗରାବଡୁ, ସଦାଶିବ ଜେନା ପ୍ରମୁଖ ସାମିଲ ହୋଇଥିବା ବେଳେ ପୁଲିସ ବିକ୍ଷୋଭ ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କୁ ଗିରଫ କରିଥିଲା ।