ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାମରେ କୋଟି କୋଟି ଟଙ୍କାର ଜମି ହଡପ ଅଭିଯୋଗ ଆସିଛି । ଅଭିଯୋଗ ଆଣିଛି ବିରୋଧୀ ବିଜେପି । ପ୍ରଦୀପ ମହାରଥୀ ପାଖାପାଖି ୧୦୦ କୋଟି ଟଙ୍କାର ଜମି ହଡପ କରିଥିବା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ସେ ଅଭିଯୋଗରେ ଦର୍ଶାଇଛନ୍ତି ପ୍ରଦୀପ ମହାରଥୀ ହୁଙ୍କେଇପୁର ଫାର୍ମ ହାଉସ , ପୋଡାଗୁଣ୍ଡ ଓ ପାଣିଦେଉଳରେ ସରକାରୀ ଜମି ହଡପ କରିଛନ୍ତି । ବିଜେପି ଏହାର ଖାତା ନମ୍ବର ମଧ୍ୟ ପ୍ରମାଣ ସୂରୁପ ଉପସ୍ଥାପନ କରିଛି ।
ଏକ ସାମ୍ବାଦିକ ସମ୍ମୀଳନିରେ ଏହି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ୨୦୧୫ ମସିହାରେ ଏହି ମାମଲାରେ କଂଗ୍ରେସ ପ୍ରାର୍ଥୀ ତଥା ତାଙ୍କ ପ୍ରତିଦ୍ୱନ୍ଦୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେବଳ ମହାରଥୀ ନୁହଁନ୍ତି ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ଶତାଧିକ କୋଟି ଟଙ୍କାର ଜମି ହଡପ କରିଛନ୍ତି । ଯୁଧିଷ୍ଠିର ଓ ତାଙ୍କ ପରିବାର ଲୋକ ପାଖାପାଖି ୩୦୦ କୋଟି ଟଙ୍କାର ସରକାରୀ ଜମିକୁ ହାତେଇଛନ୍ତି ।