ଭଦ୍ରକ (ଏଟିଆର ବ୍ୟୁରୋ); ପୁଣିଥରେ ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶନିବାର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ । ଚାନ୍ଦବାଲିରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଂଶସା ମଧ୍ୟ କରାଯାଇଥିଲା । କିନ୍ତୁ ବଡ ଘର ବଡ ଗୁମର କଥା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା କିଛି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିଲା । ସ୍ଥାନୀୟ ବିଧାୟକ ବ୍ୟୋମକେଶଙ୍କ ଉପରେ ଅସନ୍ତୁଷ୍ଟ ଥିବା ଗୋଷ୍ଠୀ ଏବଂ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା । ଏଣୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଛଡାଯାଇନଥିଲା । ଏବଂ ସେମାନେ ଆସିଥିବା ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଧାୟକଙ୍କ ବିଜେଡିର ଏକ ଗୋଷ୍ଠୀ ‘ବ୍ୟମକେଶ ହଟାଅ ଚାନ୍ଦବାଲି ବଞ୍ଚାଅ’ ନାରା ଦେବା ସହିତ ବ୍ୟାନର ମାରି ଯାଉଥିଲେ । ତେବେ ବିଧାୟକଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ଏବଂ ବ୍ୟାନର ହଟାଇବାକୁ କହିଥିଲେ । ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଏହାକୁ ମନା କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ଏବଂ ପରେ ହାତାହାତି ହୋଇଥିଲେ । ବିଧାୟକଙ୍କ ସମର୍ଥକମାନେ ବିରୋଧୀ ଗୋଷ୍ଠୀ ଆସିଥିବା ଗାଡି ଭାଙ୍ଗି ଦେଇଥିଲେ । କିଛି ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ପରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ସମାଧାନ କରିଥିଲା ।
ବିଧାୟକଙ୍କ ବିରୋଧୀ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିଆଯାଇନଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଜେଡିର ଗୋଷ୍ଠୀ କନ୍ଦଳ ଉପରେ । କାରଣ ବଡ ଘର ବଡ ଗୁମର କଥା । କେବଳ ଏହି ନିର୍ବାଚନ ମଣ୍ଡଳୀ ନୁହେଁ ଏମିତି ସବୁ ନିର୍ବାଚନ ମଣ୍ଡଳୀରେ ଏଭଳି ଭାବରେ ବିଜେଡି ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳୁଛି । ସବୁ ହେଉଛି ଟିକେଟର ଖେଳ । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ନେତାମାନେ ଲୋକ ପ୍ରିୟତା ବଜାୟ ରଖିବା ପାଇଁ ଏଭଳି ପ୍ରହସନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।