ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରାର୍ଥୀ ବାଛିବାରେ ଆଗରେ ରହିଛି କଂଗ୍ରେସ । ଆସନ୍ତା ନିର୍ବାଚନ ପାଇଁ ୧୫ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବିଳମ୍ବିତ ରାତିରେ ଏହି ନାଁଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପାଖକୁ ପଠାଇଛି । ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। କୋରାପୁଟ, କନ୍ଧମାଳ ଓ ସମ୍ବଲପୁରରେ ଅଙ୍କ ଛିଣ୍ଡି ପାରିନାହିଁ । ସେଠାରୁ ଦୁଇଜଣଙ୍କ ଲେଖାଏଁ ନାଁ ପଠାଯାଇଛି ।
ସିଇସିକୁ ଯାଇଥିବା ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା :
କଳାହାଣ୍ଡି- ଭକ୍ତ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କୋରାପୁଟ- ସପ୍ତଗିରି ଉଲାକା/ମେରୀ ସୋରେନ୍
ବ୍ରହ୍ମପୁର- ଚନ୍ଦ୍ରଶେଖର ନାଇଡୁ
ଭଦ୍ରକ- ଅନନ୍ତ ସେଠୀ
କନ୍ଧମାଳ- ମନୋଜ ଆଚାର୍ୟ୍ୟ/ ଚନ୍ଦ୍ରଶେଖର ପରିଡ଼ା
ସୁନ୍ଦରଗଡ଼- ଜର୍ଜ ତିର୍କୀ
କଟକ- ପଞ୍ଚାନନ କାନୁନଗୋ
ସମ୍ବଲପୁର- ଶରତ ପଟ୍ଟନାୟକ/ଅମର ପ୍ରଧାନ
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ପୁରୀ- ସୁଚରିତା ମହାନ୍ତି
ଢ଼େଙ୍କାନାଳ- କେ.ପି. ସିଂହଦେଓ /ରାମଚନ୍ଦ୍ର ଖୁଣ୍ଟିଆ
କେନ୍ଦୁଝର- ସନାତନ ମହାକୁଡ଼
ଭୁବନେଶ୍ବର- ସିପିଏମ୍(ମେଣ୍ଟ)
ଆସ୍କା- ସିପିଆଇ(ମେଣ୍ଟ)
ଚଳିତ ମାସ ୧୬ ତାରିଖ ସନ୍ଧ୍ୟା ବା ୧୭ ତାରିଖ ସକାଳେ ଓଡ଼ିଶାର କଂଗ୍ରେସ ଦଳର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି। ନୂଆଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ସ୍କ୍ରିନିଂ କମିଟି ବୈଠକ ଆଜି ଭୋର ତିନିଟାଯାଏଁ ଚାଲିଥିଲା।। ଏଥିରେ ଓଡ଼ିଶାର ୭ଟି ଲୋକସଭା ଏବଂ ୫୦ଟି ବିଧାନସଭାର ପ୍ରାର୍ଥୀ ତାଲିକାକୁ ଅନ୍ତିମ ରୂପ ଦିଆଯାଇଥିବା କୁହାଯାଉଛି।