ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁବେଳେ ନିଜ ତୁଣ୍ଡକୁ ନେଇ ଚର୍ଚ୍ଚାରେ ରହିଥିବା ବରିଷ୍ଠ ନେତା ଏବେ କଥା ବଦଳାଇଛନ୍ତି । ଗତକାଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଗଜିଟ ପୋଲକୁ ନେଇ ସାରା ଦେଶରେ ଚାଲିଛି ଆଲୋଚନା । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ତିନି ଦିନ ବାକି ରହିଥିବା ବେଳେ କାହା ସ୍ଥିତି କଣ ରହିବ ତା ହୋଇଛି ଏଗଜିଟ ପୋଲରେ ହୋଇଛି ଆକଳନ ।
ଯାହାକୁ ନେଇ ସାରା ଦେଶ ସମେତ ରାଜ୍ୟର ବିଭିନ୍ନ ତୁଙ୍ଗ ନେତା ମାନେ ଏହାକୁ ନେଇ ସେମାନଙ୍କ ପ୍ରତିକ୍ରିୟା ରଖୁଛନ୍ତି । ଏହି ଅବସରରେ ଏରସମା ବାଲିକୁଦା ବିଜେପି ବିଧାନସଭା ପ୍ରାର୍ଥୀ ଦାମ ରାଉତ କହିଛନ୍ତି ଲୋକସଭାରେ ଏଗଜିଟ ପୋଲର ଆକଳନ ଠାରୁ ଅଧିକ ଭୋଟରେ ବିଜୟ ହେବ । ସେହିଭଳି ବିଧାନସଭା କ୍ଷେତ୍ରରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ ଝୁଲା ସରକାର ହୋଇପାରେ ।
ରାଜ୍ୟରେ ସ୍ଥିର ସରକାର ପାଇଁ ଆବଶ୍ୟକ ପଡିଲେ ବିଜେପି ବିଜେଡି ମେଣ୍ଟ ହେବ ବୋଲି ପୂର୍ବାନୁମାନ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ପୂର୍ବରୁ ଏନେଇ ମଧ୍ୟ ଦାମ ଗଣମାଧ୍ୟମରେ କହିଥିଲେ ରାଜନୀତିରେ ସବୁ ସମ୍ଭବ । ବିଜେପି ଓଡିଶାରେ ୧୩ ରୁ ୧୪ ଟି ଲୋକସଭା ଆସନ ଜିତିବ ବୋଲି ଦାମ ସୂଚନା ଦେଇଥିଲେ । ଓଡିଶାରେ ଅସ୍ଥିର ସରକାର ଅପେକ୍ଷା ସ୍ଥିର ଶାସନ ହେବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।