ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବିଜେଡି ଓ ବିଜେପି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେ କହିଛନ୍ତି ରାଜ୍ୟରେ ଡବଲ ଇଞ୍ଜିନ ହୋଇଗଲା । ରାଜ୍ୟସଭା ଉପନିର୍ବାଚନ ପାଇଁ ପୂର୍ବତନ ଆଇଏଏସ ଅଫିସର ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ଓ ତାଙ୍କ ୁ ବିଜେଡି ସମର୍ଥନ କରିବାକୁ ନେଇ ଦାମ ରାଉତ ଏମିତି ବୟାନ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି। ନବୀନ ଗଠନ ମୂଳକ ସହଯୋଗ ଘୋଷଣା କରି ସମଦୂରତ୍ୱ ବ୍ୟାଖ୍ୟାକୁ ଭୁଲିଗଲେ। ଏହା ରାଜ୍ୟ ପାଇଁ ହିତକର । ଏହା ରାଜ୍ୟ ପାଇଁ ହିତକର ବୋଲି ସେ କହିଛନ୍ତି । ଲୋକେ ନ କଲେ କଣ ହେଲା ଡବଲ ଇଞ୍ଜିନ ହୋଇ ଯାଇଛି ବୋଲି ଏହି ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ଦାମଙ୍କର ଏହା ବିଜେଡିକୁ ଆକ୍ରମଣ ନାଁ ବିଜେପିକୁ ସମାଲୋଚନା ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।