ଜଗତସିଂହପୁର (ଏଟିଆର ବ୍ୟୁରୋ); ପୁଣି ପଦାରେ ପଡିଲା ଦାମ-ବିଷ୍ଣୁ କଳି । ବିଜେପିରେ ଯୋଗ ଦେବା ପରେ ମୁହଁ ଖୋଲିଲେ ବିଷ୍ଣୁ । ମନଇଛା ପାରିବାରିକ ପ୍ରତିଦ୍ୱନ୍ଦୀ ଦାମଙ୍କୁ ଗାଳି କରିଛନ୍ତି ବିଷ୍ଣୁ । ତେବେ ପାଲଟା ସମାଲୋଚନାରେ ବିଷ୍ଣୁଙ୍କୁ ଘେରିଛନ୍ତି ଦାମ । ବିଷ୍ଣୁ କହିଛନ୍ତି କି ବିଜେଡି ସୁପ୍ରିମୋ ଚାହିଁବେ ମୁଁ ଦାମଙ୍କ ବିରୋଧରେ ଲଢ଼ିବା ପାଇଁ ରାଜି । କିନ୍ତୁ ଦାମଙ୍କର ମୋ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ତାଙ୍କର କ୍ଷମତା ନାହିଁ । ସେ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି। ପଦ୍ମ ଧରି ସେ ଧୀରେ ଧୀରେ ବଙ୍ଗୋପସାଗର ଯିବେ। ଆଉ ତା’ପରେ ବଙ୍ଗୋପସାଗରରେ ଉବୁଟୁବୁ ହେବେ।”
ଅପରପକ୍ଷରେ ବିଷ୍ଣୁଙ୍କ ଚ୍ୟାଲେଂଜ ପରେ ଜବାବ ରଖିଛନ୍ତି ବିଜେପି ନେତା ଦାମ ରାଉତ । ସେ କହିଛନ୍ତି, ବିଷ୍ଣୁ ଦାସଙ୍କୁ ମୁଁ ରାଜନୀତିକୁ ଆଣିଥିଲି । ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ ବୋଲି ଅତି କଡା ଭାଷାରେ ବିଷ୍ଣୁଙ୍କୁ ଆକ୍ରମଣ କରିଛନ୍ତି ଦାମ । କହିଛନ୍ତି ସାଧାରଣ ଜୀବନରେ ସେ ଜଣେ ଅବାଂଛିତ ବ୍ୟକ୍ତି । ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ । ଏପରିକି ବିଷ୍ଣୁ ବଂଚିଥିବା ଯାଏ ଲୋକସଭା କିମ୍ୱା ବିଧାନସଭା ମାଟି ମାଡି ପାରିବେ ନାହିଁ ବୋଲି ଦାମ କହିଛନ୍ତି ।
ପୂର୍ବରୁ ବିଜେଡିରେ ରହିଥିବା ବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡାରେ ପଦାରେ ପଡୁଥିଲା । ବିଷ୍ଣୁ ଏବଂ ଦାମଙ୍କ କଳି ଓଡିଶା ରାଜ୍ୟ ରାଜନୀତିରେ ସବୁବେଳେ ହଟ୍ଟଚମଟ କରିଥାଏ । ଚଳିତ ନିର୍ବାଚନରେ ବିଷ୍ଣୁ ଜଗତସିଂହପୁର ଛାଡି ତ୍ରିତ୍ତୋଳ ନିର୍ବାଚନ ମଣ୍ଡଳୀରେ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦାମ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଲଢ଼ିବା ପାଇଁ ମନ ବଳାଇବା ପରେ ବିଷ୍ଣୁ ଆଜି ସେଠାରେ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦୃଢ଼ୋକ୍ତି ଦେଇଛନ୍ତି । ତେବେ ଦାମ-ବିଷ୍ଣୁ ଯଦି ଗୋଟିଏ ଆସନରେ ଲଢ଼ିବେ ତେବେ ନିର୍ବାଚନ ସବୁଠାରୁ କଡାଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଉଚ୍ଛ ଦେଇଛନ୍ତି ।