ନୟାଗଡ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଲୋକ ସମ୍ପର୍କ ରଖିବା ପାଇଁ ନେତାମାନେ ଜୋରଜାର ପ୍ରୟାସ ଜାରି ରଖିଛନ୍ତି । କିଏ ସ୍ୱଣ୍ଣକ୍ଷେତ୍ରରେ ଯୋଗ ଦେଉଛି ତ ଆଉ କିଏ ସୁଧିକ୍ରିୟାରେ । ଏଭଳି ଭାବରେ ଚାଲିଛି ରାଜନୀତି । ଯେଉଁ ନେତାମାନେ ଗାଁରେ ପୂଜା ପର୍ବାଣୀ ଏବଂ ଅସୁବିଧାରେ ସମୟରେ ବାରମ୍ବାର ଗୁହାରୀ କରୁଥିଲେ ସୁଦ୍ଧା ଆସୁନଥିଲେ କିନ୍ତ ନିର୍ବାଚନ ପାଖେଇ ଆସୁଥିବାରୁ ସେହି ନେତାମାନେ ଆଜି ନଡାକିଲେ ସୁଦ୍ଧା ଆସି ଗାଁରେ ପହଁଞ୍ଚି ଯାଉଛନ୍ତି ଏବଂ ଗାଁର ଟୋକାଙ୍କୁ ମେଳେଇ ଭୋଜିଭାତ ଦେଇ ମନ ଜିଣିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି ।
ଏବେ ବିଜେଡି ସରକାରରେ ଥିବାରୁ ସବୁନେତାଙ୍କ ମନରେ ରହିଛି କି ବିଜେଡି ଟିକେଟ ପାଇବା ମାନେ ଜିତିବା ସୁନିଶ୍ଚିନ୍ତ । ଏଣୁ ବିଜେଡି ଟିକେଟ ପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ବାଦ ବିବାଦ ଲାଗିରହିଛି । ତେବେ ଏଥିରୁ ବାଦ ପଡିନାହିଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଏଠାରେ ବିଜେଡି ଟିକେଟ ପାଇବା ପାଇଁ ପାଞ୍ଚ ଛଅ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏଣୁ ସବୁ ପ୍ରାର୍ଥୀମାନେ ଏବେଠାରୁ ଗାଁରେ ପଶି ଭୋଜି ଦେବାକୁ ଲାଗିଲେଣି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏଭଳି ଚାଲିଛି କିଛିଦିନ ହେବ । କେବେ ପଞ୍ଚୁପାଣ୍ଡବ ପାହାଡଠାରେ ଭୋଜି ତ ଆଉ କେତେ ଦଶପଲ୍ଲା କୁଆଁରିଆ ଡ୍ୟାମ । ପ୍ରତ୍ୟେକ ଦିନ ଏଭଳି କିଛି ଲୋକଙ୍କୁ ନେଇ ଭୋଜି ଦେବାରେ ଲାଗିଛନ୍ତି ଆଶାୟୀ ପ୍ରାର୍ଥୀ ।
ତେବେ ବିଜେଡି ଟିକେଟ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ(ବର୍ତ୍ତମାନର ବିଧାୟକ),କାଶୀନାଥ ମଲ୍ଲିକ,ରମେଶ ବେହେରା,ଇନ୍ଦୁମତୀ ,ଶୁଶାନ୍ତ ମଲ୍ଲିକ ଏବଂ ସୁଗ୍ରିବ ସିଂହ । ଏହି ମାନଙ୍କ ମଧ୍ୟରେ ବିଜେଡି ଟିକେଟ ପାଇଁ ଲାଗି ରହିଛି ଲଢ଼େଇ । ତେବେ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିଜେଡି ଟିକେଟ ପାଇଁ ସବୁଠାରୁ ଅଧିକ ଲଢ଼େଇ ଲାଗି ରହିଥିବା ସୂଚନା ମିଳିଛି । ଏଣୁ ଏହି ଦୁଇ ନେତା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଗାଁରେ ଜନତାଙ୍କୁ ଏକାଠୀକରି ଭୋଜି ଦେବାରେ ବ୍ୟସ୍ତ ଅଛନ୍ତି ।