ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ସେତିକି ନୂଆ ନୂଆ ଘଟଣା ଲୋକ ଲୋଚନକୁ ଆସୁଛି । କିଏ ଦଳରୁ ତଡା ଖାଉଛି ତ ଆଉ କିଏ ଦଳ ବଦଳ କରୁଛି । ଏଭଳି ଭାବରେ କିଛି ଦିନ ହେବ ରାଜ୍ୟ ରାଜନୀତିରେ ଚାଲିଥିବା ବେଳେ ଏବେ ଏକ ନୂଆ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଢ଼େଙ୍କାନାଳ ସାଂସଦ ତଥା ରାଜନୀତି କରିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ସେ ଓଡିଶାର ଏକ ଘରୋଇ ଚ୍ୟାନେଲରେ ପ୍ରତିକ୍ରିୟା ଦେଇଛନ୍ତି ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା ।
୨୦୦୪ ମସିହାରୁ ଆଜି ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଢ଼େଙ୍କାନାଳ ଲୋକସଭା ଆସନରେ ବିଜୟ ବାନା ଉଡାଇ ଆସୁଥିଲେ ତଥାଗତ ଶତପଥୀ । ୩ଥର ଏଠାରେ ସାଂସଦ ଭାବରେ ସେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଆଉ ସକ୍ରୀୟ ରାଜନୀତିରେ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତାଙ୍କ ପୁଅ ରାଜନୀତି ନକରିବା ପାଇଁ ବାରଣ କରିଛନ୍ତି । ସେ କହିଛନ୍ତି ବାପା ତୁମେ ସାମ୍ବାଦିକତା ଉପରେ ଫୋକସ କର । ଏଣୁ ପୁଅର କଥା ମାନି ମୁଁ ଆଉ ରାଜନୀତି କରିବି ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ନବୀନ ପଟ୍ଟନାୟକଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି ନବୀନ ଜଣେ ଭଲ ଲିଡର । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ତେବେ ବିଜେଡି ଏବେ ଭଲ ପରିସ୍ଥିତିରେ ଅଛି ଏବଂ ମୋ ସ୍ଥ୍ିତି ଭଲ ଅଛି ଏହି ସମୟରେ ରାଜନୀତିରୁ ସନ୍ୟାସ ନେବା ମୋ ପାଇଁ ଉଚିତ ହେବ ବୋଲି କହିଛନ୍ତି ତଥାଗତ । ଦୈନିକ ଖବର କାଗଜ ଧରୀତ୍ରୀର ସମ୍ପାଦକ ହେଉଛନ୍ତି ତଥାଗତ । ଏଣୁ ସେ ଆଗାମୀ ଦିନରେ ନିର୍ଭିକ ସମ୍ବୋଦିକ ଭାବରେ କାମ କରିବେ ଏବଂ ସାମ୍ବାଦିକଙ୍କ ଭବିଷ୍ୟତ ଉପରେ ଫୋକସ କରିବେ ବୋଲି ସୂଚନା ଦେଇଛନ୍ତି ।