ଜଗତସିଂହପୁର ( ଏଟିଆର ବ୍ୟୁରୋ) : ବର୍ତ୍ତମାନ ଚାରିଆଡେ ବହୁଛି ନିର୍ବାଚନ ପବନ । କିଏ ଜିତିବ କିଏ ହାରିବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା । ସେହଭଳି ଚଳିିତ ବର୍ଷ କିଏ ଜଗତସିଂହପୁର ବିଧାନସଭା ଆସନ ହାତେଇବ ତାକୁ ନେଇ ଚାଲିଛି ସବୁଆଡେ ଅଙ୍କକଷା । କିଏ କହୁଛି ସେଠି ବିଜେଡି ପ୍ରତିଶୋଧ ନବ ତ ପୁଣି କିଏ କହୁଛି କଂଗ୍ରେସ ଘର ଛାଡିବନି । ବିଜେିପି ବି ଅନେଇ ବସିଛି ଦୁଇ ବିଲେଇଙ୍କ ଝଗଡାରୁ ଫାଇଦା ମାରିବାକୁ । ବିଗତ ୧୯୯୦ ମସିହା ଠାରୁ ସରକ୍ଷିତ ଏହି ବିଧାନସଭା ଆସନରେ ଳଗାତାର ୨୦୧୪ ମସିହା ପର୍ଯ୍ୟନ୍ତ ବିଷ୍ଣୁ ଦାସ ବା ବିଜେଡି ହାତରେ ରହିଥିଲା । କିନ୍ତୁ ୨୦୧୪ ମସିହାରେ ଏଠି ଦେଖାଯାଇଥିଲା ପରିବତ୍ତନ । ଲଗାତାର ବିଧାୟକ ହୋଇ ଆସୁଥିବା ବିଷ୍ଣୁ ଦାସଙ୍କ ବିଜୟ ଧାରାରେ ରୋକ ଲଗାଇଲେ ପୂର୍ବତନ ଉପମୁୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୁଅ ଚିରଞ୍ଜିବ ବିଶ୍ୱାଳ ।
ଖୁବ୍ କମ ବ୍ୟବଧାନରେ ବିଷ୍ଣୁ ଦାସଙ୍କୁ ପରାସ୍ତ କରି ଜଗତସିଂପୁରରେ ସେ ବିଜେଡି ଗଡକୁ ଭାଙ୍ଗିଥିଲେ । ଶୁଣାଯାଏ ୨୦୧୪ରେ ବିଷ୍ଣୁ ଦାସଙ୍କ ହାରିବା ପଛରେ ପ୍ରମୁଖ କାରଣ ରହିଥିଲା କର୍ମୀ ଅସନ୍ତୋଷ । ଯେହେତୁ ୨୦୦୯ ମସିହାରେ ଉକ୍ତ ଆସନଟି ସରକ୍ଷଣରୁ କଟି ଯାଇଥିଲା ତେଣୁ ଉକ୍ତ ଆସନରେ କର୍ମୀ ଚାର୍ହୁଥିଲେ ବିଷ୍ଣୁ ଦାସଙ୍କ ବଦଳରେ ସାଧାରଣ ବର୍ଗରେ କାହାକୁ । ଯେହେତୁ ବିଷ୍ଣୁ ଦାସ ସେଠାର ପୁରୁଖା ନେତା ତେଣୁ ସେ ଉକ୍ତ ଆସନଟି ଛାଡି ନଥିଲେ । ଯାହାର ସିଧା ପ୍ରଭାବ ୨୦୧୪ ରେ ଦେଖିବାକୁ ମିଳିଥିଲା । ସେହିଭଳି ୨୦୧୯ କୁ ଯଦି ଆମେ ଲକ୍ଷ୍ୟ କରିବା ଏଠାରେ କଂଗ୍ରେସ ଚିରଞ୍ଜିବଙ୍କୁ ରିପିଟ କରିଥିବା ବେଳେ ବିଜେପି ପୂର୍ବତନ ନଗରପାଳ ବା ବର୍ତ୍ତମାନର ବିଜେପି ଜିଲ୍ଲାସଭାପତି ସତ୍ୟବ୍ରତ ମହାପାତ୍ର । କିନ୍ତୁ ବିଜେଡି ଚଳିତ ଥର ଏଠାରେ ବିଷ୍ଣୁ ଦାସଙ୍କୁ ତିର୍ତ୍ତୋଲରୁ ଟିକେଟ ଦେଇ ଜଗତସିଂହପୁରରେ ଦେଇଛି ବାଲିକୁଦା ଏରସମା ବିଧାୟକ ପ୍ରଶ।।ନ୍ତ ମୁଦୁଲିଙ୍କୁ ଟିକେଟ । ଯାହାକୁ ନେଇ ବିଜେଡିରେ ଦେଖା ଦେଇଥିଲା ବିବାଦ ।
ବିଷ୍ଣୁ ଦାସଙ୍କ ଅନୁଗତ ଭାବେ ଜଣା ବିଜେଡି ଯୁବ ସଭାପତି ଅମରେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ଦେଖାଦେଇଥିଲା ଅସନ୍ତୋଷ । ଯାହାକୁ ନେଇ କଥା ନବୀନ ନିବାସରୁ ଠେଙ୍ଗା ବାଡି ପର୍ଯ୍ୟନ୍ତ ଗଲା । ପ୍ରଶାନ୍ତଙ୍କୁ ଜଗତସିଂହପୁରରେ ପୁରାଇ ଦବୁ ନାହିଁ ବୋଲି ନାରା ଲଗାଇଲେ ବିଜେଡି କର୍ମୀ । ତା ପରେ ନବୀନ ସେଠାରେ ଖେଳିଲେ ମାଷ୍ଟରଗେମ୍ ଅମରେନ୍ଦ୍ରଙ୍କୁ ଖୁସି କରିବା ପାଇଁ ବିଜେଡି ଜିଲ୍ଲାସଭାପତି ପଦବି ଦେଲେ । କିନ୍ତୁ ବର୍ତ୍ତମାନ ଅମରେନ୍ଦ୍ର ପ୍ରଶାନ୍ତଙ୍କୁ ସହଯୋଗ କରିବେ କି ନାଁ ତା ରହିଛି ସନ୍ଦେହରେ । ସେପଟେ ପ୍ରଶାନ୍ତଙ୍କ ନାମାଙ୍କନ ଦିନ ବିଜେଡି ରାଲିଲେ ଜଗତସିଂହପୁର କର୍ମୀ ଯୋଗ ନ ଦେବା, ଘଟଣାକୁ ଦେଲା ଭିନ୍ନ ମୋଡ । ଜଗତସିଂହପୁରରେ ଅମରେନ୍ଦ୍ରଙ୍କ ଦବଦବା ଅଧିକ ଥିବାରୁ ତାଙ୍କ ବିନା ସହଯୋଗରେ ପ୍ରଶାନ୍ତଙ୍କୁ ଜଗତସିଂହପୁର ଟିକେ ଅଡୁଆ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସେପଟେ ନବୀନଙ୍କ ଲୋକ ପ୍ରିୟତା ପ୍ରଶାନ୍ତଙ୍କ ପାଇଁ ଟଥେଷ୍ଟ ବୋଲି ବୁଦ୍ଧିିଜୀବୀ ମତ ରଖୁଛନ୍ତି । ଅନ୍ୟପଟେ ୫ ବର୍ଷକାଳ ବିଧାୟକ ରହି ଚିରଞ୍ଜିବ ବିଭିନ୍ନ ପ୍ରକଳ୍ପ ମାନ ନିଜ ପାଣ୍ଠି ମାଧ୍ୟମରେ କରି ସଂଗଠନକୁ ମଜବୁତ କରିଛନ୍ତି । ସେହିଭଳି ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନାଁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ବସିଛନ୍ତି ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର । ସେ ଜଗତସିଂହପୁରର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସେଠାରେ ତାଙ୍କର ପ୍ରଭାବକୁ ଏଡାଇ ଦିଆଯାଇ ନପାରେ । ଏଥିରୁ ସ୍ପଷ୍ଟ ଏହା ଯେ ଚଳିତ ଥର ଜଗତସିଂହପୁରରେ ହେବ ତ୍ରିମୁଖୀ ଲଢେଇ ।