ସମ୍ବଲପୁର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶି । ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଆଜି ସକାଳୁ ସେ ତାଙ୍କର ସମ୍ବଲପୁର ହୀରାକୁଦ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ତାଙ୍କ ପରିବାର ସମେତ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାଯୋଗ୍ୟ, ସନାତନ ବିଶି ୧୯୯୪ ରୁ ୬ ବର୍ଷ ଯାଏଁ ରାଜ୍ୟ ସଭା ସଦସ୍ୟ ଥିଲେ । ଏହାପରେ ସେ ୨୦୦୦ ମସିହାରେ ବିଧାନସଭାକୁ ଯାଇଥିଲେ । ପୁନର୍ବାର ୨୦୦୪ ମସିହାରେ ବିଧାନସଭା ଆସନରୁ ବିଜୟୀ ହେବା ପରେ ତାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ଦିଆଯାଇଥିଲା ।