ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ପ୍ରକାଶ ମିଶ୍ର ଏବେ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି । କେବଳ ଏତିକି ନୁହେଁ ସେ ବିଜେପି ଦଳରେ ସାମିଲ ହେବା ସହ ଟିକେଟ ପାଇ କଟକ ଲୋକସଭା ଆସନରୁ ପାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି । ଆଜ୍ଞା ହଁ ପଦ୍ମ ପୋଖରୀରେ କୁଦ ମାରିବେ ପ୍ରକାଶ ।
ସେପଟେ ପ୍ରକାଶଙ୍କୁ ଦଳରେ ସାମିଲ କରିବାକୁ ନେଇ ବିଜେପି ଜୋର ଦାରରେ ପ୍ରସ୍ତୁତ ଚଳାଇଛି । ପୂର୍ବରୁ ଦଳର ମୁଖିଆ ପିତାମ୍ବର ଆଚାର୍ଯ୍ୟଙ୍କୁ କଟକ ଲୋକସଭା ଆସନରୁ ପାର୍ଥୀ କରାଯିବ ବୋଲି ସ୍ଥିର କରାଯାଇଥିଲା ମାତ୍ର ଗତକାଲି ତାଙ୍କୁ ଦଳର ଉପସଭାପତି କରାଯାଇଛି । ସେପଟେ ଦଳର ଏହି ନିଷ୍ପତିକୁ ପିତାମ୍ବର ଗ୍ରହଣ କରିଛନ୍ତି ।
ଅନ୍ୟପଟେ ଦଳ ପକ୍ଷରୁ ପ୍ରକାଶ ମିଶ୍ରଙ୍କୁ ପାର୍ଥୀ କରାଯିବା ବୋଲି ଆଲୋଚନା ହେଉଛି । ପ୍ରକାଶ ବିଜେପିରେ ସାମିଲ ହେବା ପରେ ବିଜେଡିକୁ କଡା ଟକ୍କର ଦେବେ ବୋଲି ଆଶା କରାଯାଉଛି । କାରଣ ଓଡିଶାରେ ପୋଲିସ ଡିଜି ଭାବେ କାର୍ଯ୍ୟ କରିବା ସମୟରେ ସରକାରଙ୍କ ପକ୍ଷରୁ ପ୍ରକାଶଙ୍କୁ ଅନେକ ହଇରାଣ ହେବାକୁ ପଡିଥିଲା । ଏହାସହିତ ତାଙ୍କ ନାଁରେ ଅନେକ ମିଥ୍ୟା ଅଭିଯୋଗ ମଧ୍ୟ ହୋଇଥିଲା । ସେଥିପାଇଁ ସେ ବିଜେପିରେ ସାମିଲ ହେଲେ ବିଜେଡିରୁ ପ୍ରତିଶୋଧ ନେଇପାରନ୍ତି ବୋଲି କୁହାଯାଉଛି । ତେବେ ପ୍ରକାଶ କେବେ ବିଜେପିରେ ଯୋଗେ ଦେବେ ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ହୋଇନାହିଁ ।