ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରାପଡାରେ ସବୁଠାରୁ ଅଧିକ କତଦାନ ହୋଇଥିବା ସୂଚନା ମିଳିଛି । ଦିନ ୧ ସୁଦ୍ଧା ଏଠାରେ ୪୭% ମତଦାନ ହୋଇଛି । ସକାଳୁ ଯଦିଓ କେତୋଟି ବୁଥରେ ଇଭିଏମରେ ତୃଟି ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଠିକ କରାଯାଇ ପୁନର୍ବାର ମତଦାନ ଆରମ୍ଭ ହୋଇଥିଲା । ଦିନ ୧୧ ସୁଦ୍ଧା ଏଠାରେ ମାତ୍ର ୨୯ ପ୍ରତିଶତ ମତଦାନ ହୋଇଥିବା ବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ଏହା ୪୭ ଶତକଡାକୁ ବୃଦ୍ଧି ହୋଇଛି । କେନ୍ଦ୍ରାପଡାରେ ତିନି ପ୍ରମୁଖ ଦଳର ହେବିୱେଟ ନେତାମାନେ ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଉଛନ୍ତି । ଏଣୁ ଭୋଟରମାନେ ଖୁସିର ସହ ଆସି ଭୋଟ ଦେଉଛନ୍ତି ।
ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ବୈଜୟନ୍ତ ଏବଂ ବିଜେଡି ସମ୍ମାନକୁ ନେଇ ଚାଲିଛି ନିର୍ବାଚନ । ପ୍ରାର୍ଥଙ୍କ ନାମ ଘୋଷଣା ହେବା ଦିନଠାରୁ କେନ୍ଦ୍ରାପଡା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ ସଂସଦୀୟ କ୍ଷେତ୍ରରେ ଯାଉଥିବା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବହୁ ହେବିୱେଟ ରହିଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।
କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ପ୍ରଥମରୁ ଚାଲିଛି ଘମାଘୋଟ ଲଢ଼େଇ । ବିଜେପି ପକ୍ଷରୁ ଏଠାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଅନୁଭବ ମହାନ୍ତିଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ତେବେ ଏହି ଦୁଇ ନେତାଙ୍କୁ ମାତ ଦେବା ପାଇଁ କଂଗ୍ରେସର ଧରଣୀଧର ମଇଦାନକୁ ଓହ୍ଲାଇଛନ୍ତି । ତିନିଜଣ ହେବିୱେଟଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ଆସନ୍ତା ମେ’୨୩ରେ ଏମାନଙ୍କ ପରୀକ୍ଷାର ଫଳ ବାହାରିବ ।