ଜଗତସିଂହପୁର ( ଏଟିଆର ବ୍ୟୁରୋ): ଚଳିତଥର ଜଗତସିଂହପୁରରେ ଜିଲ୍ଲାରେ ବିଜେପି କ୍ଲିନସ୍ୱିପ କରିଛି । ବିଜେଡି ଜିଲ୍ଲାର ୪ ଟି ବିଧାନସଭା ଆସନ ସହିତ ଜଗତସିଂପୁର ଲୋକସଭା ଆସନକୁ ମଧ୍ୟ ଦଖଲ କରିଛି । ତେବେ କିଏ ହାରିଲା ଏବଂ କାହିଁକି ହାରିଲା ତାକୁ ନେଇ ଚାଲିଛି ସମୀକ୍ଷା । ତେବେ ଏହି ଅବସରରେ ଯଦି ଜଗତସିଂହପୁର ବିଧାନସଭା ଆସନକୁ ନଜର ପକାଇବା ତେବେ ଏଠାରେ ସିଧା ଲଢେଇ ହୋଇଥିଲା ବିଜେଡି ଓ କଂଗ୍ରେସ ମଧ୍ୟରେ । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜିବ ବିଶ୍ୱାଳଙ୍କ ମଧ୍ୟରେ ।
୮୭୪୩ ଖଣ୍ଡ ଭୋଟରେ ଏଠାରେ ଚରିଞ୍ଜିବ ବିଶ୍ୱାଳ ପରାସ୍ତ ହୋଇଛନ୍ତି । ସେହିଭଳି ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବିଜେପି ଜିଲ୍ଲାସଭାପତି ସତ୍ୟବ୍ରତ ମହାପାତ୍ର । ଭୋଟକୁ ଯଦି ନଜର ପକାଇବା ଏଥର ବିଜେଡିକୁ ମିଳିଛି ୭୦,୧୧୬ ଖଣ୍ଡ ଭୋଟ, କଂଗ୍ରେସକୁ ୬୧,୪୭୪ ଖଣ୍ଡ ଭୋଟ, ଏବଂ ବିଜେପିକୁ ୨୮,୬୩୯ ଖଣ୍ଡ ଭୋଟ ମଳିଛି । ସେହିଭଳି ୨୦୧୪ ରେ ଏଠାରେ ବିଜେଡିକୁ ମିଳିଥିଲା ୬୪,୧୭୯ ଖଣ୍ଡ ଭୋଟ, କଂଗ୍ରେସକୁ ୬୭,୦୬୭ ଖଣ୍ଡ ଭୋଟ, ବିଜେପିକୁ ୭,୦୫୮ ଖଣ୍ଡ ଭୋଟ ମିଳିଛି । ତେବେ ଚଳିତଥର ବିଜେପିକୁ ୨୧,୩୧୧ ଖଣ୍ଡ ଭୋଟ ଅଧିକ ମିଳିଛି ।
ତେବେ ନିମ୍ନୋକ୍ତ ତଥ୍ୟରୁ ଜଣାପଡୁଛି ୨୦୧୪ ରେ ଏଠାରେ କଂଗ୍ରେସ ବଢିଥିବା ବେଳେ ବିଜେଡି ଓ ବିଜେପି କମିଥିଲେ । ଏଥର କିନ୍ତୁ ଏଠାରେ ବିଜେଡି ସମାନ୍ୟ ବଢିଥିବା ବେଳେ ବିଜେପି ୪ ଗୁଣା ବଢିଛି । ସେହିଭଳି ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ।