ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିରେ ଯୋଗ ଦେଇଛନ୍ତି ସୁନ୍ଦରଗଡର ବରିଷ୍ଠ ନେତା ଯୋଗେଶ ସିଂହ । ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଯୋଗେଶଙ୍କ ସହ ତାଙ୍କର ଶହ ଶହ ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ବିଜେଡିରେ ଯୋଗ ଦେବା ପରେ ବିଜେଡି ଆହୁରି ସକ୍ରିୟ ହୋଇ ଯାଇଛି ବୋଲି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଦଳରେ ରହି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଯୋଗେଶଙ୍କ କଂଗ୍ରେରୁ ନିଲମ୍ବିତ କରାଯାଇଥିଲା । ଗତ ଜାନୁଆରୀ ୧୭ ତାରିଖରେ ତାଙ୍କର ପ୍ରାଥମିକ ସଭ୍ୟ ପଦକୁ ରଦ୍ଦ କରାଯାଇଥିଲା । ଏଣୁ ସେ ଜାନୁଆରୀ ୨୧ ତାରିଖରେ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ବିଧାନସଭା ମଣ୍ଡଳୀର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ତେବେ ସେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ପ୍ରଂଶସା କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏଣୁ ସେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବେ ବୋଲି ମତ ରଖିଥିଲେ । ଏଣୁ ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି ।
ସୁନ୍ଦରଗଡ ଆସନରୁ ଦୁଇଥର ବିଧାୟକ ହୋଇଛନ୍ତି ଯୋଗେଶ । ତେବେ ସେ ଦଳରେ ରହି ମଧ୍ୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ପ୍ରଥମେ ତାଙ୍କର ପ୍ରାଥମିକ ସଦସ୍ୟ ପଦକୁ ରଦ୍ଦ କରାଯାଇଥିଲା । ସେପେଟେ ଆଜି ବିଜେଡିରେ ଯୋଗ ଦେବା ପରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଉଥିବା ବେଳେ ସୁନ୍ଦରଗଡର ବିଧାୟକ ପଦରେ ଥିବା ଯୋଗେଶ ବିଜେଡିରେ ମିଶିବା ଦଳ ପାଇଁ ବହୁତ ବଡ କ୍ଷତି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ନିର୍ବାଚନ ପାଖେଇ ଆସିଲେ ନେତା ମାନେ ଦଳ ଅଦଳ ବଦଳ କରିଥାନ୍ତି । କେତେକ ନେତା ଦଳ ଛାଡୁଥିବା ବେଳେ ଆଉ କିଛି ନେତାଙ୍କୁ ଦଳରୁ ତଡା ଖାଇବାକୁ ପଡିଥାଏ । ଏଭଳି ଭାବରେ ଚାଲିଥାଏ ନିର୍ବାଚନ ପୂର୍ବର ଦୃଶ୍ୟ । ତେବେ କଂଗ୍ରେସରୁ ନିକଟରେ ବହୁ ତୁଙ୍ଗ ତେନାଙ୍କ ଦଳ ଛାଡିବା ଦଳ ପାଇଁ ବହୁତ ବଡ କ୍ଷତି ହୋଇଛି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି । ତେବେ ସୁନ୍ଦରଗଡରେ କଂଗ୍ରେସର ପଲ୍ଲା ଭାରିଥଲା । ମାତ୍ର ବିଜେଡି ଯୋଗେଶ ଯୋଗ ଦେବା ପରେ ବିଜେଡିର ସ୍ଥିତି ଜାହିର ରହିବ ବୋଲି ଚର୍ଚ୍ଚା ହେଉଛି ।