ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାରଙ୍କ ଦ୍ୱାରା କୃଷକଙ୍କ ପାଇଁ ଘୋଷଣା କରିଥିବା ‘କାଳିଆ’ ଯୋଜନା ଘୋଷଣା ହେବା ଦିନଠାରୁ ବିବାଦ ଘେରରେ ରହି ଆସିଛି । କାଳିଆ ଯୋଜନାରେ ୪୦ ଲକ୍ଷ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଆଉ ୨୧ ଲକ୍ଷ ଚାଷୀ ଚାହିଁ ବସିଛନ୍ତି । ତେବେ ଏହାକୁ ଷଡଯନ୍ତ୍ର କରି ଅଟକାଯାଇଛି ବୋଲି ବିଜେଡି ସୁପ୍ରିମୋ କହୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ମୁଁ ଥିବା ପର୍ଯ୍ୟନ୍ତ କେହି ବି କାଳିଆ ଟଙ୍କାକୁ ଅଟକାଇ ପାରିବେ ନାହିଁ । ଏଭଳି ଆଜି ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଥିବା ରୋଡ ସୋରେ ଯୋଗ ଦେଇ କହିଛନ୍ତି ନବୀନ ।
କେନ୍ଦ୍ରୀୟ ନେତାମାନେ ରାଜ୍ୟର ବିପର୍ଯ୍ୟୟ ବେଳେ କେହି ଆସିନଥିଲେ । ଏଣୁୀ କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ଅପରପକ୍ଷରେ ବିରୋଧୀମାନେ କହିଛନ୍ତିି କି ରାଜ୍ୟ ସରକାର କାଳିଆକୁ ନେଇ ରାଜନୀତି କରୁଛନ୍ତି । ଚାଷୀଙ୍କ ପାଇଁ ଏହି ଯୋଜନା କେବଳ ନାମକ ମାତ୍ର । ଦଳୀୟ କର୍ମୀଙ୍କ ଖାତାକୁ ବାରମ୍ବାର ଟଙ୍କା ଆସୁଛି । ଅପରପକ୍ଷରେ ବିଜେଡି ପୂର୍ବରୁ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରିଛି । କେନ୍ଦ୍ର ପାଇଁ କାଳିଆ ଟଙ୍କା ବାକି ହିତାଧିକାରୀଙ୍କ ପାଖକୁ ଟଙ୍କା ପହଁଞ୍ଚି ପାରୁନାହିଁ । ତେବେ ନିର୍ବାଚନ ଚାଲିଥିବାରୁ ସବୁ ରାଜନୈତିକ ଦଳ ଭୋଟରଙ୍କ ମନ ମୋହିବା ପାଇଁ କାଳିଆକୁ ମୁଖ୍ୟ ଅସ୍ତ୍ର କରି ଥିବା ଚର୍ଚ୍ଚ ହେଉଛି ।
ବିରୋଧୀମାନେ ପ୍ରଥମରୁ ଅଭିଯୋଗ କରିଛନ୍ତି କି କାଳିଆ ଯୋଜନା କେବଳ ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବା ପାଇଁ ରାଜ୍ୟ ସରକାରଙ୍କ ଚାଲ । ଦୀର୍ଘ ୧୭ ବର୍ଷ ଓଡିଶାରେ ଶାସନ କରିଥିଲେ ସୁଦ୍ଧା ପୂର୍ବରୁ କେବେ ଏଭଳି ଚିନ୍ତା କରିନଥିଲେ । କିନ୍ତୁ କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଗସ୍ତରେ ଆସି ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା କରୁଥିବା ବେଳେ ରାଜ୍ୟ ସରକାର ଚାଲାକ କରି ଏହି ଯୋଜନା ଘୋଷଣା କରିଥିବା ପ୍ରଥମରୁ ବିରୋଧୀମାନେ ଅଭିଯୋଗ କରି ଆସିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଚର୍ଚ୍ଚା ହୋଇଥିଲା କି କାଳି ଟଙ୍କା ନାହିଁ ତ ଭୋଟ ନାହିଁ । ଏଣୁ ନବୀନ ଏବେ କାଳିଆ ପାଇଁ ଏତେ ବାଉଳି ହେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।