ମୁମ୍ବାଇ(ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଅଭିନେତା ଓ ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆଲିଆ ଇନଷ୍ଟାଗ୍ରମରେ ସୂଚନା ଦେଇଛନ୍ତି ।
ଆଲିଆ ଲେଖିଛନ୍ତି ମୋର କରୋନା ଟେଷ୍ଟ ରିପୋଟ ପଜିଟିଭ ଆସିଛି । ଏହାପରେ ସେ ତାଙ୍କ ଘରେ ଏକାନ୍ତରେ ଅଛନ୍ତି । ।ସେ ଡାକ୍ତରଙ୍କ ପରାମର୍ଶମାନି ସମସ୍ତ ପ୍ରକାର ସୁରକ୍ଷିତ ପଦକ୍ଷେପ ନେଇଛନ୍ତି । ତାସହ ସେ ତାଙ୍କ ଫ୍ୟାନମାନଙ୍କୁ ଭଲ ପାଇବା ଓ ସମର୍ଥନ ପାଥଁ ଧନ୍ୟବାଦ ଦେଇଛନ୍ତି ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ନିକଟରେ ତାଙ୍କ ଚଳଚିତ୍ର ଗଙ୍ଗୁବାଇ କାଠିଆବାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ସଂକ୍ରମିତ ହୋଇଥିଲେ । ସୁଟିଂ ସମୟରେ ସେ ତାଙ୍କଠାରେ କରୋନା ଲକ୍ଷଣ ଥିବା ନଜର ଆସିଥିଲା । ବୋଧହୁଏ ତାଙ୍କ ସଂସ୍ପର୍ଶରେ ଆସି ରଣବୀର ଓ ଆଲିଆ ସଂକ୍ରମିତ ହୋଇଛନ୍ତି । ଏବେ ଏମାନେ ସବୁ ସଙ୍ଗରୋଧରେ ରହୁଛନ୍ତି ।