ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ବାଲେଶ୍ୱର ଲୋକସଭା ଆସନରୁ ତିନିଥର ସାଂସଦ ହୋଇଥିବା ଖାରବେଳ ପୁଣିଥରେ ନିଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିବେ ବେଲି ଶୁଣିବାକୁ ମିଳୁଥିଲା । ସଂସଦୀୟ କ୍ଷେତ୍ରରେ ତାଙ୍କର ଭଲ ଲୋକ ପ୍ରିୟତା ମଧ୍ୟ ରହିଛି । ଯାହାକି ବିଜେପି ପାଇଁ ଫାଇଦା ହେବ ବୋଲି କୁହାଯାଉଥିଲା । କିନ୍ତୁ ଖାରବେଳ ସ୍ୱାଇଁ ବାଲେଶ୍ୱର ଛାଡି କନ୍ଧମାଳ ଲୋକସଭା ଆସନରେ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ମିଳୁଛି ।
ବାଲେଶ୍ୱର ଲୋକସଭା ଆସନରେ ବିଜେପିର ହେବିୱେଟ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଲଢ଼ିବେ ବୋଲି ଦଳ ଏକପ୍ରକାର ଠିକ କରିଦେଇଛି । ଅପରପକ୍ଷରେ ଖାରବେଳଙ୍କ ଲୋକପ୍ରିୟତା ଆଜି ମଧ୍ୟ ବଞ୍ଚି ରହିଥିଲେ ସୁଦ୍ଧା ଲେଖାଶ୍ରୀ ଦଳର ପାୱାର କରିଡରରେ ଥିବାରୁ ସେ କମ୍ପରମାଇଜ କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜେପି ଟିକେଟ ବଣ୍ଟାକୁ ନେଇ ଦଳରେ କନ୍ଦଳ ଦେଖା ଦେଇଥିଲା । ଏଣୁ ବୁଝିବା ଶୁଝିବା ଖାରବେଳ ଜାଣିଶୁଣି କମ୍ପରମାଇଜ କରିବା ପାଇଁ ବାଧ୍ୟ ହୋଇଛନ୍ତି ।
କନ୍ଧମାଳରେ ବିଜେଡି ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଥିବା ବେଳେ ଖାରବେଳ ହିଁ ସେଠାରେ ଯୋଗ୍ୟ ପ୍ରାର୍ଥୀ ହେବେ ବୋଲି ଦଳ ବିଚାର କରି ତାଙ୍କୁ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି । ଯଦିଓ ଦୁଇ ନେତାଙ୍କୁ ସଂସଦୀୟ କ୍ଷେତ୍ରରେ ଲୋକ ଚିହ୍ନି ନାହାଁନ୍ତି ସେମାନଙ୍କ ଦଳୀୟ ଚିହ୍ନକୁ ଭରଷା କରି ଭୋଟ ଦେବେ ବୋଲି ଚର୍ଚ୍ଚା ହେଉଛି ।