ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ବିଜେପିକୁ ଉକ୍ରଳ ଭାରତ ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ । ଦଳକୁ ଫେରୁଥିବାରୁ ଦଳୀୟ କର୍ମୀମାନେ ବେଶ ଖୁସିଥିବା ଶୁଣିବାକୁ ମିଳିଛି । କାରଣ ଖାରବେଳ ସ୍ୱାଇଁଙ୍କ ଭଳି ଧର୍ଯ୍ୟପୂର୍ଣ୍ଣ ନେତା ବହୁତ କମ ଦେଖା ଦେଇଥାନ୍ତି । ସେ ଆଜି ସଂନ୍ଧ୍ୟାରେ ବିଜେପିରେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ପୂର୍ବରୁ ବାଲେଶ୍ୱର ଲୋକସଭା ଆସନରୁ ଖାରବେଲ ସ୍ୱାଇଁ ବିଜେପି ଟିକେଟରେ ସାଂସଦ ହୋଇଥିଲେ । ଏହାପରେ ସେ ଦଳ ଛାଡି ନିଜେ ଏକ ଦଳ ଗଠନ କରିଥିଲେ । ଯଦିଓ ଦଳ ସେମିତି କିଛି ନାଁ କମେଇ ପାରିନଥିଲା କିନ୍ତୁ ଶେଷ ପର୍ଯ୍ୟନ୍ତ ଦଳ ପାଇଁ ଆପ୍ରାଣ କାମ କରି ଆସୁଥିଲେ ଖାରବେଳ ।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରେ ଖାରବେଳ ଦ୍ୱିତୀୟ ନେତା ଯିଏକି ନିଜେ ଗୋଟିଏ ଦଳ ଗଠନ କରିଥିଲେ ସୁଦ୍ଧା ଅନ୍ୟ ଦଳରେ ଯାଇ ଲିନ ହୋଇ ଯାଇଛନ୍ତି । ସୌମ୍ୟ ଆମ ଓଡିଶା ନାମରେ ଏକ ଦଳ ଗଠନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏବେ ସୌମ୍ୟଙ୍କ ଭଳି ଖାରବେଳ ମଧ୍ୟ ନିଜ ଦଳକୁ ଛାଡି ବିଜେପିରେ ମିଶିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଖାରବେଳ ସବୁବେଳେ ବିଜେଡି ସରକାର ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସିଛନ୍ତି । ଏଣୁ ସେ ଦାମଙ୍କ ଭଳି ନବୀନଙ୍କୁ ପରାସ୍ତ କରିବା ପାଇଁ ବିଜେପିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଲେଖାଶ୍ରୀ ବାଲେଶ୍ୱରରେ ପ୍ରାର୍ଥୀ ହେବେ । ଯଦି ଖାରବେଳ ବିଜେପିରେ ଯୋଗ ଦେବେ ତାହେଲେ କାହାକୁ ବିଜେପି ଟିକେଟ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ନୂଆ କଳ୍ପନା ଜଳ୍ପନା ।