କଟକ (ଏଟିଆର ବ୍ୟୁରୋ) ; ଶାସକ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଦୀର୍ଘ ୬୫ ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନରେ ରାଜନୀତି ପୁରଇ ଭଣ୍ଡୁର କରୁଥିବା ଅଭିଯୋଗରେ ବିଜେଡି ଲିଗାଲଫ୍ରଣ୍ଟର ୩ ଜଣ ବରିଷ୍ଟ ଆଇନଜୀବୀଙ୍କ ବିରେଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯାଇଛି । ଆନ୍ଦୋଳନରେ ବେଙ୍ଗା କରୁଥିବାରୁ ମହଙ୍ଗା ପଡିଛି ଏମାନଙ୍କୁ । ଆଜି ହାଇକୋର୍ଟରେ ବସିଥିବା ବାର ଆସୋସିଏସନର ସାଧାରଣ ବୈଠକରେ ଏକ କଠୋର ନିଷ୍ପତ୍ତି ନିଆ ଯାଇଛି । ଏହି ବୈଠକରେ ହାଇକୋର୍ଟ ବାରରୁ ବିଜେଡି ଲିଗାଲଫ୍ରଣ୍ଟରେ ଥିବା ୩ ଜଣ ବରିଷ୍ଟ ଆଇନଜୀବୀଙ୍କୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ହୋଇଥିବା ଆଇନଜୀବୀମାନେ ହେଲେ ବିଜେଡି ସାମୁଖ୍ୟର ଆବାହକ ମିଲନ କାନୁନଗୋ,ବିଜେଡି ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀ ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବା ନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା କାଲି ଠାରୁ ପୁଣି ଥରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ । ତଦନ୍ତ କରୁଥିବା ଆଇନଜୀବୀଙ୍କୁ ୯ ତାରିଖ ମଧ୍ୟରେ ମାଡ ମାରିବା ମାମଲାର ତଦନ୍ତ ସାରି ଚାର୍ଜସିଟ ଦାଖଲ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ଏହି ଆନ୍ଦୋଳନ ଜାରି ରହିବା ଫଳରେ କଏଦୀ ମାନେ ହନ୍ତସନ୍ତ ହେବେ । ଏବଂ ଜେଲ କଏଦୀରେ ଫାଟି ପଡିବ । କାରଣ କାର୍ଯ୍ୟ ବନ୍ଦ ହେବା ଫଳରେ ଏମାନଙ୍କ ଜାମିନ ମଞ୍ଜୁର ହୋଇପାରିବ ନାହିଁ । ଏଣୁ ଆଇନଜୀବୀଙ୍କ ଆନ୍ଦୋଳନ ସମାଧାନ ହେବା ଯାଏ କଏଦୀ ମାନେ ଜେଲରେ ସଢ଼ିବେ ।