ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ଓଡିଶା ବିଜେପିକୁ ଦେଇଛି ୮ ସାଂସଦ । ତେବେ ଓଡିିଶାରୁ କିଏ ମୋଦିଙ୍କ ସରକାରରେ ମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତଥର ଓଡିିଶାରୁ ବିଜେପି ଗୋଟିଏ ସାଂସଦ ଦେଇଥିବା ବେଳେ କେନ୍ଦ୍ର ଦେଇଥିଲା ଦୁଇଟି ମନ୍ତ୍ରୀ । ଏଥର କିନ୍ତୁ ଚିତ୍ର କିଛି ଅଲଗା ରହିଛି । ବିଜେପି ଗତଥର ଅପେକ୍ଷା ଏଠାରେ ଭଲ ପ୍ରଦର୍ଶନ କରିଛି । ସୁନ୍ଦରଗଡ଼ରୁ- ଜୁଏଲ ଓରାମ, ବାଲେଶ୍ୱରରୁ- ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବରଗଡ଼ରୁ, ସୁରେଶ ପୂଜାରୀ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ- ବସନ୍ତ ପଣ୍ଡା, ମୟୁରଭଞ୍ଜରୁ- ବିଶେଶ୍ୱର ଟୁଡୁ ଏବଂ ସମ୍ବଲପୁରରୁ- ନୀତିଶ ଗଙ୍ଗଦେବଙ୍କ ପରି ହେବି ୱେଟ ନେତା ଏଥର ଦିଲ୍ଲୀକୁ ଯିବେ ।
ତେବେ ଏହି ୮ ନେତାଙ୍କ ମଧ୍ୟରେ ସୁନ୍ଦରଗଡରୁ ଜୁଏଲ ଓରାମ ଓ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ନାଁ ଆଗରେ ରହିଛି । ଜୁଏଲ ଓରାମ ଆଗରୁ କେନ୍ଦ୍ରରେ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବାରୁ ତାଙ୍କୁ ଏଥର ପୁଣି ମୋଦି ଭରଷା କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ସେହିଭଳି ଯଦି ଅପରାଜିତାଙ୍କୁ ଦେଖିବା ପ୍ରଶାସିକାରୁ ପ୍ରଥମ କରି ପଲିଟିକ୍ସରେ ପାଦ ଥାପିଥିବା ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବିଜେଡି ଗଡରେ ପଦ୍ମ ଫୁଟାଇଛନ୍ତି ।
ଭୁବନେଶ୍ୱର ପରି ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନକୁ ପ୍ରଥମ ଥରରେ ଜିତି ଥିବାରୁ ତାଙ୍କୁ ଦଳ ଗୁରୁତ୍ୱ ଦେଇ ପାରେ ବୋଲି ଆଲୋଚନା ଜୋର ଧରିଛି । ସେତିକି ନୁହେଁ କେନ୍ଦ୍ର ପ୍ରଶାସନିକ ସ୍ତରରେ ମଧ୍ୟ ସେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଏହି ଅବସରରେ ମୋଦି ଅପରାଜିତାଙ୍କୁ ଭରଷା କରିପାରନ୍ତି । ତେବେ ଆଜି ମୋଦି ଦିଲ୍ଲୀରେ ନବ ବିଜେପିର ନବନିର୍ବାଚିତ ସାଂସଦଙ୍କୁ ନେଇ ଏକ ବୈଠକ ରହିଛି । ତେବେ ଆସନ୍ତା ୩୦ ତାରିଖରେ ଏହା ସ୍ପଷ୍ଟ ହେବ ।