ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମାତ୍ର ୫ ଦିନ ବ୍ୟବଧାନରେ ୨ଥର ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପୂର୍ବରୁ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା କି ରାହୁଲ ଆସନ୍ତା ୮ ତାରିଖରେ ବରଗଡ ଗସ୍ତରେ ଆସିବେ । କିନ୍ତୁ ଏହି ୮ ତାରିଖରେ ରାହୁଲ ଓଡିଶା ଗସ୍ତରେ ଆସିବା ପକ୍କା କିନ୍ତୁ ବରଗଡ ବଦଳରେ ସେ କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତା ୮ ତାରିଖ ମହିଳା ଦିବସ ହୋଇଥିବାରୁ ରାହୁଲ ମହିଳାଙ୍କୁ ନେଇ ସମାବେଶ କରିବେ । ଏଥିରେ ହଜାର ହଜାର ମହିଳା ଯୋଗଦେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
ବରଗଡ ୮ ତାରିଖକୁ ସ୍ଥଗିତ ରଖାଯାଇଛି । ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ସମାବେଶରେ ମଧ୍ୟ ହଜାର ହଜାର କର୍ମୀ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାତ୍ର ୫ ଦିନ ବ୍ୟବଧାନରେ ରାହୁଲ ୨ଥର ଓଡିଶା ଗସ୍ତରେ ଆସୁଥିବାରୁ କଂଗ୍ରେସ କର୍ମୀମାନେ ବେଶ ଖୁସି ଅଛନ୍ତି । ଆଗାମୀ ନିର୍ବାଚନରେ ସେମାନଙ୍କୁ ଗୁରୁଜ୍ଞାନ ମକ୍ଟମକ୍ଟବ ବୋଲି ଆଶା ରଖିଛନ୍ତି । ତେବେ ରାହୁଲ ଦୁଇଥର ଯାକ ଓଡିଶା ଗସ୍ତରେ ଚାଷୀଙ୍କ ଉପରେ ମୁଖ୍ୟତଃ ଫୋକସ କରିବେ । କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ୮ ତାରିଖ ଗସ୍ତରେ ରାହୁଲ ସ୍ଥାନୀୟ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ନିକଟରେ ରାହୁଲ ଚାଷୀଙ୍କ ଭୋଟ ପାଇଁ ୩ଟି ରାଜ୍ୟରେ ସରକାରକୁ ଆସିଛନ୍ତି । ଏଣୁ ଓଡିଶାରେ ମଧ୍ୟ ଚାଷୀ କାର୍ଡ ଖେଳିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା । ନିୟମିତ ଭାବରେ କଂଗ୍ରେସ ଏବଂ ବିଜେପିର ବହୁ ବରିଷ୍ଠ ନେତାମାନେ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ଏଣୁ ଏହା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିଛି । ବିଜେଡି ପୁଣିଥରେ ସରକାର ଗଠନ କରିବ ବୋଲି ଦଳ ପକ୍ଷରୁ ଦୃଢ଼ୋକ୍ତି ପ୍ରଦାନ କରାଯାଇଛି ।