ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୮ ତାରିଖରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡ ଜିଲ୍ଲା ଗସ୍ତରେ ଯାଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ରାହୁଲ । ବରଗଡ ସହରସ୍ଥିତ ସରସ ପଡିଆ ଏବଂ ସର୍କସ ପଡିଆରେ ଆୟୋଜିତ ହେବ ସାଧାରଣ ସଭା । ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ନିର୍ବାଚନ ପୂର୍ବରୁ ଦଳର ହାଇକମାଣ୍ଡଙ୍କ ଗସ୍ତ ଦଳକୁ ଉନ୍ନତି ପଥରେ ଆଗେଇ ନେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ରାହୁଲ ଏଥର କହିବେ ତା ଉପରେ ସମସ୍ତଙ୍କ ନଜର ।
ରାହୁଲଙ୍କ ସହିତ ଏହି ସାଧାରଣ ସଭାରେ ଯୋଗ ଦେବା ପାଇଁ ଆସୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ,ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ବହୁ ବରିଷ୍ଟ କେନ୍ଦ୍ରୀୟ ନେତା ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି । ତେବେ ରାହୁଲ ଏଥରକ କଣ କହିବେ ତା ଉପରେ ସମସ୍ତଙ୍କ ନଜର । ଅଧ୍ୟକ୍ଷ ପଦ ନେବାପରେ ରାହୁଲ ତିନିଥର ଓଡିଶା ଗସ୍ତରେ ଆସିଛନ୍ତି । ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ରାହୁଲ ମୁଖ୍ୟତଃ ଚାଷୀଙ୍କ ଉପରେ ଫୋକସ ଦେଇଥାନ୍ତି । ନିକଟରେ ଚାଷୀଙ୍କ ଭୋଟ ପାଇଁ ତିନିଟି ରାଜ୍ୟରେ ସରକାର ଗଠନ କରିଛନ୍ତି । ଏଣୁ ଓଡିଶା ଚାଷୀଙ୍କ ଉପରେ ମଧ୍ୟ ତାଙ୍କର ନଜର ରହିବ ।
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଯୋଜନା ଘୋଷଣା କରିଛନ୍ତି । ତେବେ ଚାଷୀଙ୍କ ମନମୋହିବା ପାଇଁ ଆଉ କିଛି ନୂଆ ଯୋଜନା ଘୋଷଣା କରିବେ ବୋଲି ପ୍ରତିଶ୍ରୃତି ଦେବେ ବୋଲି ଅନୁମାନ କରାଯାଇଛି । ରାହୁଲଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ ରାଜନୀତିରେ ଫରକ ପକାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାକୁ ଖଣ୍ଡନ କରିଛି ।