ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ନିର୍ବାଚନ ମଣ୍ଡଳୀ ହେଉଛି ଚମ୍ପୁଆ । ଏହା ରାଜ୍ୟର ଏକ ଧନୀ ନିର୍ବାଚନ ମଣ୍ଡଳୀ ଭାବରେ ବେଶ ପରିଚିତ । ତେବେ ଏଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ମିନାକ୍ଷୀ ମହାନ୍ତ । ସେ ୨୫ ହଜାର ୫୦୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାର ବିଜେଡି କାର୍ଯ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଏହି ବିଜୟ ଦଳକୁ ଏକ ବଡ ଆଶା ଦେଇଛି ।
ଚଳିତ ବର୍ଷ ମୀନାକ୍ଷୀଙ୍କ ବିପକ୍ଷରେ ଏଠାରେ ବିଜେପି ପକ୍ଷରୁ କଡା ଟକ୍କର ଦେଇଥିଲେ ମୁରଲୀ ଶର୍ମା । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଏଠାରେ ଯଦୁମଣୀ ବାରିକ ପ୍ରାର୍ଥୀ ହୋଇଥିଲେ । ସେ ତିନି ନମ୍ବର ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟ, ମିନାକ୍ଷୀ ବରିଷ୍ଠ ନେତା ସନାତନ ମାହାକୁଡଙ୍କ ସୁପାରିଶ କ୍ରମେ ବିଜେଡିରୁ ଟିକେଟ୍ ପାଇଥିଲେ । ୨୦୧୪ ନିର୍ବାଚନରେ ନିଜେ ସନାତନ ମାହାକୁଡ ସ୍ବାଧିନ ପ୍ରାର୍ଥୀ ଭାବେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ।