ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତିଥିବା କରାଯାଇଛି । ପ୍ରସ୍ତୁତି ଆଜି ସଂନ୍ଧ୍ୟା ସୁଧା ଶେଷ ପର୍ଯ୍ୟାୟରେ ପହଁଞ୍ଚିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଆସନ୍ତା କାଲି ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ । ସେଥିମଧ୍ୟରୁ ଛତ୍ରପୁରରେ ନବନିର୍ମିତ ଜିଲ୍ଲାପରିଷଦ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିବେ । ଏହା ପରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁର ମହାନଗର ନିଗମର ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାର ଯୋଜନା ରହିଛି । ଗୋପାଳପୁର ଓଭର ବ୍ରିଜର ଲାଇଟ ଏବଂ ୯ଟି ସରକାରୀ କୋଠାରେ ଜଳସଂରକ୍ଷଣ ବ୍ୟବସ୍ଥାର ଉଦଘାଟନ କରିବେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହଞ୍ଜିଳି ଓ ଶେରଗଡରେ ଆମ ଗାଁ ଆମ ବିକାଶର ସଫଳ ରୂପାୟନ ନେଇ ଜନ ସାଧାରଣଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୧୦୧ କୋଟି ଟଙ୍କାର ଶୁଭ ଦେବେ ନବୀନ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ବିରୋଧିମାନେ ବିରୋଧ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଏଭଳି ଲୋକ ଦେଖାଣିଆ କାର୍ଯ୍ୟ କରଯୁଥିବା ଅଭିଯୋଗ କରିଛନ୍ତି । ଆଗରୁ ସରକାର କୋଉଠି ଥିଲେ ? ଏବେ କଣ ନିର୍ବାଚନ ପାଖେଇ ଆସୁଥିବାରୁ ନିଜର ସ୍ୱଛ ଭାବମୂତ୍ତି ବଜେଇ ରଖିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଏତେ ସାରା ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମନେପଡିଗଲା ବୋଲି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତାମାନେ । ଭୋଟରଙ୍କ ମନ କିଣିବା ପାଇଁ ଏହା ଏକ ମାଧ୍ୟମ ବୋଲି ମଧ୍ୟ କହିଛନ୍ତି ।