ସମ୍ବଲପୁର( ଏଟିଆର ବ୍ୟୁରୋ ): ବିଜେଡିର ଲୋକସଭା ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଶ୍ରୀ ପ୍ରଧାନଙ୍କ ବିରୋଧରେ ଅଫିସ ଅଫ୍ ପ୍ରଫିଟ ଅଭିଯୋଗ ଆଣିଥିଲେ । ଦର୍ଶାଇଥିଲେ ଯେ ନଳିନୀ ପୂର୍ତ୍ତ ବିଭାଗ ସଚିବ ପଦରୁ ଅବସରନେଲା ପରେ ମଧ୍ୟ ସେ ଦୁଇଟି ସରକାରୀ ସଂସ୍ଥାର ନିର୍ଦେଶକ ଅଛନ୍ତି । ଯାହା ସେ ଆଫିଡେଭିଟ ଫର୍ମରେ ଦର୍ଶାଇ ନାହାନ୍ତି । ଯାହା ଫଳରେ ଆସନ୍ତା କାଲି ନଳିନୀଙ୍କ ହେବାକୁ ଥିବା ପ୍ରାର୍ଥୀ ପତ୍ର ଯାଞ୍ଚକୁ ଘୁଞ୍ଚାଇ ଦିଆଯାଇଥିଲା ।
ଏହି ଅବସରରେ ଆଜି ଜିଲ୍ଲାପାଳ ଉଭୟଙ୍କ ଉପସ୍ଥତିରେ ମାମଲାର ଶୁଣାଣୀ କରି ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ ରଖିଛନ୍ତି । ଶୁଶାଣିରେ ବଜେପି କିନ୍ତୁ ଅସନ୍ତୋଷ ପ୍ରକାଶ କରିଛି । ଏ ନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ନଳିନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ଅଭିଯୋଗ ପରେ ସେ ତାଙ୍କର ସମସ୍ତ ଦସ୍ତାବିଜ ରିଟଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରିଥିଲେ ।