ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଆଜି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି କି, ରାଜଧାନୀ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରିଡା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା ।
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡିଶାର ରାଜଧାନୀ ହୋଇଥିଲା ମନ୍ଦିର ମାଳିନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଭୁବନେଶ୍ୱରରେ ଅନେକ କିଛି ବଦଳି ଯାଇଛି ।