ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପି ଏବଂ ବିଜେଡି ମଧ୍ୟରେ ରହିଛି ଗୁପ୍ତ ସମ୍ପର୍କ । ଭିତିରିଆ ହେଉଛି ଡିଲ । ଏଭଳି କଥା ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଉଭୟ ଦଳକୁ କଡା ସମାଲୋଚନା କରୁଛି । ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ କଂଗ୍ରେସ ଉଭୟ ଦଳକୁ ପଚାରିଛି ଅନେକ ପ୍ରଶ୍ନ ।
ଆଜି ଉଭୟ ବିଜେପି ଏବଂ ବିଜେଡିକୁ ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି କି ବିଜେଡି-ବିଜେପି ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ଯେ ଖଣି କାରବାରରେ ତାଙ୍କର କିଭଳି ସଂପୃକ୍ତ ରହିଛି କି ନାହିଁ? ଯଦି ଖଣି ମାଲିକ ହୋଇଥାଆନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଅଛି ନା ନାହିଁ? କାହିଁକି କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲା ସିବିଆଇକୁ ଦେଉନାହାନ୍ତି? ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ଦୁର୍ଭାଗ୍ୟଜନକ।”
ଶ୍ରୀ ମିଶ୍ର ଆହୁରି କହିଛନ୍ତି କି ଅଶ୍ୱିନୀ ଜଣେ ଅଣ ଓଡିଆ ହୋଇ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ଓଡିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ । ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଉଭୟ ଦଳ ସାଲିସ କରିଥିବା ମଧ୍ୟ କହିଛନ୍ତି ଶ୍ରୀ ମିଶ୍ର । ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରି ନରସିଂହ କହିଛନ୍ତି,“ବିଜେପିର ଯେଉଁଠି ସଂଖ୍ୟା ଗରିଷ୍ଠତା ଅଛି, ସେଠୁ କାହିଁକି ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଗଲାନି।”