ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପଞ୍ଚ ମ ପ।ଳି ପାଇଁ ପ୍ରଦର୍ଶନୀ ପଡିଆ ଠାରେ ଶପଥ ନେଇଛନ୍ତି । ତେବେ ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ପରିବାରରୁ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଓ ବଡଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଅତିଥି ମାନଙ୍କ ସହିତ ଉପସ୍ଥିତ ରହିଛନ୍ତି ।
ସେହିଭଳି ଦେଶର ବଡବଡ ଶିଳ୍ପପତି ଏବଂ ତାଙ୍କ ସସ୍ଥାର ପ୍ରମୁଖ ମାନେ ଉପସ୍ଥିତ ରହିଛନ୍ତି । ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା , ନବୀନ ଜିନ୍ଦଲ, ଟାଟା ଷ୍ଟିଲର ଏମଡି ଟିଭିନରେନ୍ଦ୍ରନ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି । ସେହିଭଳି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ୨୫ ପ୍ଲାଟୁନ ଫୋର୍ସ ଏଥିରେ ନିୟୋଜିତ ରହିଛନ୍ତି । ସକାଳ ୧୦ ଟା ୪୫ ରେ ନବୀନ ଗୋପନୀୟତାର ଶପଥ ନେଇଛନ୍ତି ।
ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଶପଥ ପାଠ କରାଇଛନ୍ତି । ଏଥି ସହିତ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ପାଠ କରିଛନ୍ତି । ନବୀନଙ୍କ ନିର୍ବାଚିତ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ , ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି ।
କ୍ୟାବିନେଟ୍ ପାହ୍ୟାମନ୍ତ୍ରୀ
୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨- ବିକ୍ରମ କେଶରୀ ଆରୁଖ
୩- ପ୍ରଫୁଲ୍ଲ କୁମାର ମଲ୍ଲିକ
୪- ନିରଞ୍ଜନ ପୂଜାରୀ,
୫- ପଦ୍ମନାଭ ବେହେରା
୬- ପ୍ରତାପ ଜେନା
୭- ଅରୁଣ କୁମାର ସାହୁ
୮- ସୁଦାମ ମାର୍ଣ୍ଡି
୯- ସୁଶାନ୍ତ ସିଂ
୧୦- ନବ କିଶୋର ଦାସ
୧୧- ଟୁକୁନି ସାହୁ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
୧- ଅଶୋକ ଚନ୍ଦ୍ର ପଣ୍ଡା
୨- ସମୀର ରଞ୍ଜନ ଦାଶ
୩- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୪- ଦିବ୍ୟଶଙ୍କର ମିଶ୍ର
୫- ପ୍ରେମାନନ୍ଦ ନାୟକ
୬- ପଦ୍ମିନୀ ଦିଆନ୍
୭- ରଘୁନନ୍ଦନ ଦାସ
୮- ତୁଷାରକାନ୍ତି ବେହେରା
୯- ଜଗନ୍ନାଥ ସାରକା