ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ନବୀନଙ୍କ ପଞ୍ଚମ ପାଳିର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଇତ ହୋଇଯାଇଛି । ପ୍ରଥମ ଥର ପାଇଁ ଏଥର ରାଜ୍ୟପାଳ ଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହୋଇଛି । ତେବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ।।ଇଛନ୍ତି । ତେବେ ଆସନ୍ତୁ ଜାଣିବା ନବୀନଙ୍କ ନୂଆ ଟିମରେ କିଏ କେଉଁ ବିଭାଗର ଦାୟିତ୍ୱ ନେଲେ
କ୍ୟାବିନେଟ୍ ପାହ୍ୟା –
ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ
ବିକ୍ରମ କେଶରୀ ଆରୁଖ – ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ – ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ
ନିରଂଜନ ପୂଜାରୀ – ଅର୍ଥ ଓ ଅବକାରୀ ବିଭାଗ
ପଦ୍ମନାଭ ବେହେରା – ବାଣିଜ୍ୟ-ପରିବହନ, ଯୋଜନା ଓ ସମନ୍ୱୟ ବିଭାଗ
ପ୍ରତାପ ଜେନା – ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
ଅରୁଣ ସାହୁ – କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ
ସୁଦାମ ମାରାଣ୍ଡି – ରାଜସ୍ୱ, ବିପର୍ୟ୍ୟୟ ପ୍ରଶମନ
ସୁଶାନ୍ତ ସିଂ – ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ
ନବ କିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଟୁକୁନି ସାହୁ – ମହିଳା ଓ ଶିଶୁ ବିକାଶ ବିଭାଗ
ନବୀନ ପଟ୍ଟନାୟକ – ଗୃହ , ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ
ରାଷ୍ଟ୍ରମନ୍ତ୍ରୀପାହ୍ୟା
ସମୀର ରଂଜନ ଦାସ – ସ୍କୁଲ ଓ ଗଣଶିକ୍ଷା ବିଭାଗ
ଅଶୋକ ପଣ୍ଡା – ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ
ଦିବ୍ୟଶଙ୍କର ମିଶ୍ର – ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ପର୍ୟ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ
ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ
ପଦ୍ମିନୀ ଦିଆନ୍ – ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ
ରଘୁନନ୍ଦନ ଦାସ – ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
ତୁଷାରକାନ୍ତି ବେହେରା – କ୍ରୀଡ଼ା, ଯୁବ ବ୍ୟାପାର , ସୂଚନା ପ୍ରଯୁକ୍ତି ବିଦ୍ୟା
ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ